Politics

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଙ୍କ ଉଲୁଣ୍ଡା ବ୍ଳକ ଗସ୍ତ

 

ଉଲୁଣ୍ଡା ୧୬/୧୧ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଆଜି ସୁବର୍ଣ୍ଣପୁର ଜିଲ୍ଲା ର ଉଲୁଣ୍ଡା ବ୍ଳକ ଗସ୍ତ କରିଥିଲେ। ସନ୍ଧ୍ୟାରେ ହିକୁଡି ଛକଠାରେ ସ୍ଵାଗତ କରାଯାଇଥିଲା ।ତା ପରେ ଦଶରାଜପୁର ଠାରେ ମୁଖ୍ୟମନ୍ତ୍ରୀ ଙ୍କ ସଭାଗୃହ ର ଶିଳାନ୍ୟାସ କରାଯାଇଥିଲା ।ତା ପରେ ସନ୍ଧ୍ୟା ୬ଟାରେ ତିକୁଡା ଗ୍ରାମର ତ୍ରିକୁଟସ୍ଥଳ ପରିଦର୍ଶନ

କରିଥିଲେ। ଏଠାରେ ତିକୁଡା ତ୍ରିକୂଟ ସ୍ଥଳ ର ବିକାଶ ପାଇଁ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ।ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଙ୍କ ଗସ୍ତ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା, ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ସମାଜସେବୀ କୃର୍ତିବାସ ମିଶ୍ର ଉପସ୍ଥିତ ଥିଲେ।ଏହି ଅବସରରେ ନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ, ସମାଜସେବୀ, ସଚେତନ ନାଗରିକ, ସଂଗ୍ରାମୀ ଆଦି ଉପସ୍ଥିତ ଥିଲେ। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button