Politics

ନବମ ଥର ମନୋନୀତ ବିଜେପି ଜିଲ୍ଲା ସଭାପତି କିଶୋର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁର ନବ ମନୋନୀତ ସଭାପତି ରୂପେ ପୁନଃର୍ବାର କିଶୋର କୁମାର୍ ପଣ୍ଡାଙ୍କୁ ମନୋନୀତ କରାଯାଇଥିବାରୁ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଇଛି ।ସ୍ଥାନୀୟ ଗୌରୀଶଙ୍କର ହୋଟେଲ ପରିସରରେ ଜିଲ୍ଲା ଉପସଭାପତି ଉପିନ କୁମାର ରାଉତଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା।ଉକ୍ତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ଦାସ,ସୁନାକର ବେହେରା,ରାଜ୍ୟ ପ୍ରବକ୍ତା ସଂଜୟ ରଥ,ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ରଜ ସୁନ୍ଦର ଭୂୟାଁ,ଗଗନ ବିହାରୀ ସାହୁ,ମନୋରଞ୍ଜନ ଉପାଧ୍ୟାୟ, କଳ୍ପନା ମଲ୍ଲିକ,ସାଧାରଣ ସମ୍ପାଦକ ସରୋଜ କାନ୍ତ ନାୟକ,ଅଭିମନ୍ୟୁ

ଗୋଛାୟତ,ଶଶାଙ୍କ ଶେଖର ସେଠୀ,ବିକ୍ରମ କେଶରୀ ରାଉତରାୟ, ଦିଲ୍ଲୀପ କୁମାର ରାଉତ,ଜାନକୀ ପ୍ରଧାନ, ମହମ୍ମଦ ସଲିମ ଖାଁ, ମିହିର କୁମାର ସାମଲ, ବିକ୍ରମାଦିତ୍ୟ ସାହୁ,ମଣ୍ଡଳ ସଭାପତି ଉମାକାନ୍ତ ନାୟକ,କଳ୍ପତରୁ ବେହେରା,ପ୍ରକାଶ ପ୍ରଧାନ,ଦୟାନିଧି ବଳ,ସୁରେନ୍ଦ୍ର ମଲିକ,ରାଜେନ୍ଦ୍ର ବେହେରା,ଶଶାଙ୍କ ଶେଖର ଓଝା,ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟ ଦର୍ଶିନି ନନ୍ଦ,ସତ୍ୟ ପ୍ରକାଶ ସାମଲ,ନେହେରୁ କୁମାର ସାହୁ ପ୍ରମୁଖ ନେତୃମଣ୍ଡଳୀ ଯୋଗଦେଇ ଶ୍ରୀପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଆଗାମୀ ୨୦୨୪ ନିର୍ବାଚନ ଦୃଷ୍ଟିରୁ ଦଳ ତୃଣମୂଳ ସ୍ତରରେ ସଂଗଠିତ ହୋଇ ସମସ୍ତେ ମିଶିକରି ଏକ ବୃହତ ଶକ୍ତିରେ ଅପାରଗ ବିଜେଡି ସରକାରକୁ ବିତାଡିତ କରାଯିବା ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ତରୁଣକାନ୍ତି କଞ୍ଜିଲାଲ, ମିହିର ସାମଲ, ନାରାୟଣ ପ୍ରସାଦ ସିଂ, ନିହାର ରଞ୍ଜନ ମହାନ୍ତି, ପ୍ରବେଶନ ମଲିକ,ଦିଲ୍ଲୀପ ଦାସ,ସିଲୁ ପ୍ରସାଦ ମହାରଣା,ବନ୍ଦନା ରାଉତରାୟ,ନମିତା ବଳ,ବଳରାମ ବେହେରା, ବିଚିତ୍ର ପ୍ରଧାନ, ରାଜେନ୍ଦ୍ର ପତି, ପ୍ରମୋଦ ମହାନ୍ତି,ଶୋଭନ ଆଚାର୍ଯ୍ୟ, ପ୍ରଦିପ ଦାସ,ସନ୍ଦିପନି ଆର୍ଯ୍ୟକୁମାର୍,ହିରଣ୍ୟ ମହାପାତ୍ର ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।


*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button