ଦୁର୍ନୀତି ପୂର୍ଣ୍ଣ ଭ୍ରଷ୍ଟାଚାର ବିରୁଦ୍ଧରେ ବିରିଡି ବ୍ଲକ ଘେରାଉ କଲା ବିଜେପି !


ବିରିଡି ::–ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ବଢ଼ି ବଢ଼ି ଚାଲିଥିବା ମନମୁଖୀ ଭ୍ରଷ୍ଟ ଶାସନରେ ସାଧାରଣ ଜନତା ଅତିଷ୍ଟ ହୋଇ ପଡିଲେଣି ! ବ୍ଲକ ଠାରୁ ଜିଲ୍ଲା ସବୁ ଦପ୍ତରରେ ଚାଲିଛି ମନମୁଖୀ କାର୍ଯ୍ୟ ! ସେ ରାସନ କାର୍ଡ ହେଉ ବା ପାଇଖାନା , ଅବାସ ଯୋଜନା ଗୃହ ହେଉ ଅବା ଢ଼ଳେଇ ରାସ୍ତା, ସବୁ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି ! ସବୁଠୁ ଅଧିକ ଦୁର୍ନୀତି ଚାଲିଛି ବ୍ଲକ ମାନଙ୍କରେ ! ଆର୍ଟିଆଇ ମଗେଇ ସତ୍ୟାସତ୍ୟ ବାବଦରେ ପ୍ରଶାସନକୁ ଅବଗତ କଲା ପରେ ବି ପଦକ୍ଷେପ ନେଉନାହିଁ ବ୍ଲକ ପ୍ରଶାସନ !ବ୍ଲକ ର ଗୋଟେ ଗୋଟେ ସେକ୍ସନ ରେ ଥିବା କର୍ମଚାରୀ ସାଧାରଣ ଲୋକଙ୍କୁ ଦଶଥର ଚଲାଉଛନ୍ତି ! ବ୍ଲକ ଭଳି ଅନେକ ସରକାରୀ ଅଫିସରେ ସ୍ପଷ୍ଟ ଲେଖା ଯାଇଛି ଲାଞ୍ଚ ନେବା ବା ଦେବା ଆଇନ ଅନୁଯାୟୀ ଅପରାଧ କିନ୍ତୁ ହାତଗୁଞ୍ଜା ନଦେଲେ କାର୍ଯ୍ୟ ହେଇପାରୁନି ! କହିବାକୁ ଗଲେ ପ୍ରଶାସନିକ ସିଷ୍ଟମ ପ୍ରଚାର ପ୍ରସାର ର ପୁରା ଓଲଟା ! ଜୋର ଯାର ମୂଳକ ତାର ନୀତିରେ ଚାଲିଛି ଶାସନ!ଏହି ସବୁ ଭ୍ରଷ୍ଟାଚାର ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ସମ୍ମୁଖରେ ବିଜେପି ତରଫରୁ ଜନ ଆକ୍ରୋଶ ବ୍ଲକ ଘେରାଉ ପ୍ରତିବାଦ ସଭା କରାଯାଇଥିଲା ! ଜିଲ୍ଲା ବିଜେପି ମୋର୍ଚ୍ଚା ର ଆହ୍ୱାନ କ୍ରମେ ଆୟୋଜିତ ଏହି ସଭାରେ ବହୁ ବିଜେପି ସମର୍ଥକ ଯୋଗଦେଇ ଥିବାର ଦେଖାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




