ପାତାଳୀ ବ୍ରହ୍ମ ‘ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଉଦଯାପିତ


ଉଲୁଣ୍ଡା ୧୫/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଦୁଇ ଦିନିଆ ‘ପାତାଳୀ ବ୍ରହ୍ମ ‘ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଆଜି ଉଦଯାପିତ ହୋଇଯାଇଛି। ଇତିହାସ ର ସେହି ଛିନ୍ନ ପୃଷ୍ଠାକୁ ପୁର୍ନଜୀବିତ କରିବା ପାଇଁ ଏଠାରେ ଏହି ଆଧ୍ୟାତ୍ମିକ ଶିଳ୍ପୀ ଶିବିର ଆୟୋଜିତ ହୋଇଛି ବୋଲି ଶିବିର ର ଅଧ୍ୟକ୍ଷ ବଳଦେବ ମହାରଥା ସୂଚନା ଦେଇଛନ୍ତି।ଏହି ଶିବିର ସୁଖ୍ୟାତ କଳା – ସଂସ୍କୃତି ଅନୁଷ୍ଠାନ ‘ଉତ୍କୃଷ୍ଟ ‘ ଶକୁନ୍ତଳା ଆର୍ଟ ଗ୍ୟାଲେରୀ,ଚନ୍ଦ୍ରମା ଆର୍ଟ ଫାଉଣ୍ଡେସନ ଓ ଅନନ୍ୟ ଶ୍ରୀ ଜଗନ୍ନାଥ ସଂସ୍ଥାନ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ପଦ୍ମନାଭ ବେହେରା ଯୋଗ ଦେଇଥିଲେ। ଶିବିର ର ଉଦଯାପନୀ ଉତ୍ସବ ରେ ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ଚିତ୍ରଗୁଡିକର ଏକ ଭବ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଅତିଥିମାନଙ୍କ ଦ୍ଵାରା ସଂପୃକ୍ତ ଶିଳ୍ପୀମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ସଂଯୋଜନା କରିଥିଲେ। ଏଥିରେ ଶହଶହ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ।ଶେଷ ରେ ଉତ୍ତର କୁମାର ପାତ୍ର ଧନ୍ୟବାଦ ଅର୍ପଣ ଦେଇଥିଲେ। ରାଜେଶ କୁମାର ବାଘ୍ ଙ୍କ ରିପୋର୍ଟ ସମର୍ଥ ନିୟୁଜ



