Orisha

ଘଣ୍ଟାପଡାଡିଗ୍ରୀ କଲେଜରେ ସ୍ବେଛାକୃତ ରକ୍ତଦାନ ଶିବିର :୬୧ୟୁନିଟ ରକ୍ତ ସଂଗୃହିତ

କଣ୍ଟାମାଳ, ତା ୧୫.୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କଲେଜ ପରିଚାଳନା କମିଟି ସଦସ୍ୟ ପ୍ରଭାତ କୁମାର ସାହୁ,କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ ଓ ସମାଜସେବୀ ଅଜୟ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ମୁଖ୍ୟ ଉଦଘାଟକ ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ l ପ୍ରଥମଥର ପାଇଁ କଲେଜର ଛାତ୍ରଛାତ୍ରୀଙ୍କଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ମୋଟ ୫୦ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରି ବୌଦ୍ଧ

ଜିଲ୍ଲାରେ କଲେଜ ସ୍ତରରେ ଉଦାହରଣ ସୃଷ୍ଟି କରିଛନ୍ତି। ପରେ ରକ୍ତଦାନ ଜୀବନ ଦାନ ବିଷୟବସ୍ତୁକୁ ନେଇ ଏକ ସଚେତନତା ସଭା କଲେଜ ପରିଚାଳନା କମିଟି ସଭାପତି କାର୍ତ୍ତିକେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିଲା l ଏଥିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା, କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଏକ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସୁମିତ୍ରା ସାହୁ,ବରିଷ୍ଟ ସାମ୍ବାଦିକ ଦିବ୍ୟଶଙ୍କର ରାଉତ, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ,ସମାଜସେବୀ ଶ୍ରୀକାନ୍ତ ମିଶ୍ର ,ଶିକ୍ଷାବିତ ନୀଳାଞ୍ଚଳ ଭୋଇ,ଯୁବ ଆଇନଜୀବି ତଥା ସମାଜସେବୀ ଯଦୁଵିହାରୀ ବାଘ, ସାମ୍ବାଦିକ ଜୟ କୁମାର ମହାରଣା, ପୂର୍ଣ୍ଣ ଚରଣ ସାହୁ, ବଂଶୀଧର ମାଝୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ରକ୍ତଦାନର ମହତ୍ୱ ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିବା ସଂଗେ ସଂଗେ ରକ୍ତଦାନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କଲେଜ ସ୍ତରୀୟ ଏପରି ରକ୍ତଦାନ ଶିବିର ଓ ସଚେତନ ଶିବିର ପ୍ରତ୍ୟେକ କଲେଜରେ ଅନୁଷ୍ଠିତ ହେବା ନିହାତି ଦରକାର ବୋଲି ଅତିଥିଗଣ ପ୍ରକାଶ କରିଥିଲେ l ଅତିଥିଗଣ ଉପସ୍ଥିତ ରହି ଶିବିରର ବିଶେଷତା ଦେଖି ଚିନ୍ତାଶିଳ ମନୋଭାବ ସମ୍ପନ୍ନ ଉଦ୍ୟୋଗୀ ବ୍ୟକ୍ତି ବିଶେଷଙ୍କ ଯୋଗୁଁ ରକ୍ତଦାନ ଶିବିର ସଫଳ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ ଅତିଥି ପରିଚୟ ଓ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ବୁର୍ଲା ଡାକ୍ତରଖାନାରୁ ଆସିଥିବା ଟେକନିସିଆନ ଟିମ ଓ ଡାକ୍ତର ରକ୍ତ ଦାତାଙ୍କଠାରୁ ରକ୍ତ ସଂଗୃହିତ କରିଥିଲେ l ସକାଳ ୧୦ଟା ଠାରୁ ଅପରାହ୍ନ ୨ଟା ସମୟ ମଧ୍ୟରେ ମୋଟ ୬୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button