ବାଉଁଶୁଣି ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା।


ବୌଦ୍ଧ-୧୫-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ସରକାରୀ ନୋଡାଲ ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୂର୍ବ ପ୍ରଧାନ ଶିକ୍ଷକ ଗଣ୍ଡେଶ୍ୱର ତ୍ରିପାଠୀ, ପୂର୍ବ ସହକାରୀ ଶିକ୍ଷକ ବୃନ୍ଦାବନ ମିଶ୍ର, ଧନଞ୍ଜୟ ପାତ୍ର ପ୍ରମୁଖ ଅତିଥି ଭାବେ

ଯୋଗ ଦେଇଥିଲେ। ଏଥିରେ ସ୍କୁଲର ଛାତ୍ରଛାତ୍ରୀ ମାନେ ୨୬ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥି ମଧ୍ୟରୁ ଅମିତ ପତି, ସଂଯୁକ୍ତା କର୍ଣ୍ଣ, ପ୍ରୋଜୋତିକ ପୁରୋହିତ, ଅନୀଲ ସାହୁ ପ୍ରମୁଖ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ବ୍ଲକ ସ୍ତରକୁ ମନୋନୀତ ହୋଇଥିଲା। ସ୍ଥାନୀୟ ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କାଳିନ୍ଦୀ ନାଏକ ଓ ଦହ୍ୟା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର ପ୍ରଧାନ ବିଚାରକ ଭାବେ ଯୋଗ ଦେଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।



