ଶାଇ ସୃଷ୍ଟି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶିଶୁ ଦିବସ ଓ ରଙ୍ଗୋଲି କାର୍ଯ୍ୟକ୍ରମ ପାଳିତ।


ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଇ ସୃଷ୍ଟି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ନେଇ ଶିଶୁ ଦିବସ ରେ ରଙ୍ଗଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମ ରେ କବାଡି, ଭଳି ବଲ୍,ଏସେ, ଦିବେଟ୍ ଓ ସଙ୍ଗୀତ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଥିଲେ।କୃତି ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସି ନ ଅତିଥି ମାନେ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଭାବେ ଦର୍ପଣ ତହସିଲ ଦାର୍ ମାନସ ରଞ୍ଜନ ତ୍ରିପାଠୀ, ବଡ଼ଚଣା ଥାନା ଅଧିକାରି ଶରତ ଚନ୍ଦ୍ର ପାତ୍ର, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ଯୋଗ ଦେଇ ଥିବା ବେଳେ,ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହଲା ସଞ୍ଚାଳନ କରିଥିଲେ। କଲେଜ୍ ର ଅଧକ୍ଷ ଆଲୋକ ନାରାୟଣ ନାୟକ ସ୍ବାଗତ ଭାଷଣ ପ୍ରଦାନ କରି ଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଶପଥ ଦେଇ କହି ଥିଲେ କି ଉତ୍ତମ ଚରିତ୍ର ଗଠନ କରିବା ସହିତ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ ଦିଗରେ ସହାୟକ ହେବା ଉଚିତ୍ ବୋଲି ମନ୍ତବ୍ୟରେ କହିଥିଲେ। ଏହି ଉତ୍ସବ ରେ ଅଧ୍ୟାପକ କାଶୀ ନାଥ ବେହେରା , ରାଜେଶ୍ କୁମାର ମିଶ୍ର,କାହୁଁ ଚରଣ ମହାନ୍ତି, ମାଧବ ପାଣ୍ଡେ,କଳ୍ପନା ନାୟକ, ବର୍ଷା ନାୟକ,ଅର୍ଚ୍ଚନା ସାମଲ, ମିନତି ସାମଲ ସମେତ ସମସ୍ତେ ସହଯୋଗ କରିଥିଲେ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ।



