Orisha
ଗିରିଗୋବର୍ଦ୍ଧନ ପୂଜାରେ ଖୁଲୁମଖୁଲା ଚାଲିଛି ଜୁଆ ଖେଳ ।


ଉଲୁଣ୍ଡା ୧୫/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଚଢେଇପଙ୍କ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଏଁଲାଛାଟ ଗ୍ରାମରେ ଚାଲିଥିବା ୬୦ତମ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଧୂମଧାମରେ ଅବାଧରେ ଖୁଲମଖୁଲା ଚାଲୁଛି ଘୁଡୁଘୁଡି ପଟି l ସମସ୍ତଙ୍କ ଆଖି ସାମ୍ନାରେ ପ୍ରସିଦ୍ଧ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଖୁଲମଖୁଲା ଭାବରେ ଏହିଭଳି ଜୁଆଖେଳ ଚାଲୁଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସ ପ୍ରଶାସନ ଜାଣିଶୁଣି ଜୁଆଖେଳକୁ ପ୍ରଶ୍ରୟ ଦେଉଛନ୍ତି l ସମସ୍ତ ଙ୍କ ଉପସ୍ଥିତି ରେ କେମିତି ଚାଲିଛି ଜୁଆ ଖେଳ? ଏଭଳି ଯାନି ଯାତ୍ରା ରେ ଜୁଆ ଖେଳ ତଥା ଘୁଡୁଘୁଡୁ ପଟି ଖେଳ ଚାଲିଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ



