Entertainment

ବଡ଼ଖମାରରେ ମହିଷାସୁର ଦରବାର ଦ୍ବିତୀୟ ସନ୍ଧ୍ୟା

 

  -ବ୍ରହ୍ମାଙ୍କ ଦ୍ବାରା ବରପ୍ରାପ୍ତି ପରେ ମହିଷାସୁରର ସ୍ବର୍ଗଲୋକ ଆକ୍ରମଣ

 ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ୧୧ତମ ଶ୍ୟାମାକାଳୀ ପୂଜା ଅବସରରେ ଚାଲିଥିବା ମହିଷାସୁର ଦରବାରର ଦ୍ବିତୀୟ ସନ୍ଧ୍ୟାରେ ବ୍ରାହ୍ମଙ୍କ ଦ୍ବାରା ବରପ୍ରାପ୍ତି ହେବା ପରେ ମହିଷାସୁରର ସ୍ବର୍ଗଲୋକ ଆକ୍ରମଣ ନାଟକ  ପରିବେଷଣ ହୋଇଥିଲା । ପ୍ରଥମେ ମହାରାଜା ମହିଷାସୁର ପାତ୍ରମନ୍ତ୍ରୀଙ୍କ ସହ ନଗର ପରିକ୍ରମା କରି ରାଜ ଦରବାରରେ ପହଞ୍ଚିଥିଲେ ।

ମହିଷାସୁରର ଆଦେଶ କ୍ରମେ କମିଟି ସଦସ୍ୟ ଗଦାଧର ବାଦିଙ୍କ ଅଧ୍ୟକ୍ଷତାରେ ରାଜସଭା ଆୟୋଜିତ ହୋଇଥିଲା । ଏଥିରେ ରାଜ ଅତିଥି ଭାବେ ସାମ୍ବାଦିକ ରଞ୍ଜନ କୁମାର ତାଣ୍ଡିଆ ରାଜେଶ ସେଠୀ, ସନାତନ ନାଗ, , ଝସକେତନ ଜଗଦଲା, ବିନୋଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ମହାରାଜାଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ନାଟ୍ୟାଭିନୟରେ ବ୍ରହ୍ମାଙ୍କ ଦ୍ବାରା ବରପ୍ରାପ୍ତି ହେବା ପରେ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ମହିଷାସୁର ସ୍ବର୍ଗଲୋକ ଆକ୍ରମଣ କରିଥିଲେ । ଚଳଚ୍ଚିତ୍ର ଅଭିନେତା ସୁଶୀଳ ମେହେର

ମହିଷାସୁର ଭୂମିକାରେ ନିଖୁଣ ଅଭିନୟ କରିଥିଲେ ।ନୃତ୍ୟଙ୍ଗନା ମାନଙ୍କ ସାଂସ୍କୃତିକ ନୃତ୍ୟ ଦର୍ଶକ ମାନଙ୍କୁ ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିବା ବେଳେ ମହିଷାସୁର ଦରବାର ରେ ଅଗଣିତ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା l ଏଥିରେ ସଭାପତି ଗୈାରିଶଙ୍କର ପାଣିଗ୍ରାହୀ, ସମ୍ପାଦକ ମନୋଜ କର୍ମୀ, ଖଣ୍ଡହତା ସମିତି ସଭ୍ୟ ବିନୋବାନନ୍ଦ ପ୍ରଧାନ,  ସହଦେଵ ମହାକୁର, ଆଶିଷ ସାହୁ , ଗୋକୁଳାନନ୍ଦ ସାହୁ, ଚିନ୍ମୟ ମହାପାତ୍ର, ଶ୍ରିନିବାସ ଦାସ, କ୍ଷେତ୍ରପାଳ ପଧାନ, ଶ୍ରବଣ ସାହୁ, ଶିବରାମ ବେହେରା, ଯଜ୍ଞେଶ୍ଵର ନାଏକ, ହେମନ୍ତ ପଧାନ, ଉମାକାନ୍ତ ଭୋଇ, ଦୟମନ୍ତି ସାହୁ, ଜୟକୃଷ୍ଣ କର୍ଣ୍ଣ, ବିନାୟକ ମିର୍ଦ୍ଧା, ବିନୋଦ ମହାକୁର, ବସନ୍ତ କର୍ମୀ, ମାଗୁଣି କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button