ଚଣ୍ଡିତଳ ଅଗ୍ନି ବିପନ୍ନ ୨ ପରିବାରକୁ ସହାୟତା ର ହାତ ବଢାଇଲା ଛତିଆ ସମାଜ ସେବୀ ସଂଗଠନ ।


ବଡ଼ଚଣା,୧୪।୧୧,(ନି; ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମ ପଞ୍ଚାୟତ ଦଳେଇ ସାହି ର ବିନୋଦ ଦଳାଇ, ସର୍ବେଶ୍ଵର ଦଳାଇ ଙ୍କ ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ୬ ବଖରା ସହିତ ସମ୍ପୂର୍ଣ୍ଣ ଆସବାବ ପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଖବର ପାଇ ଛତିଆ ସମାଜସେବୀ ସଙ୍ଗଠନ ପରିବାର ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଛତିଆ ସମାଜସେବୀ ସଙ୍ଗଠନ ର ସଭାପତି ସୌମ୍ୟ ରଞ୍ଜନ ବେହେରା ଙ୍କ ସମେତ ଅନ୍ୟ ସଦସ୍ୟ କଳ୍ପତରୁ ସାହୁ, ସୌମ୍ୟ ରଞ୍ଜନ ପାଣି, ଆଦିତ୍ୟ ଶଙ୍କର ପାତ୍ର, ସନ୍ତୋଷ ପ୍ରଧାନ,ଜିତେନ୍ଦ୍ର ସାହୁ, ବସନ୍ତ ସିଂ ,କମଳା କାନ୍ତ ଷେଣ୍ଢ ପ୍ରମୁଖ ପହଞ୍ଚି ସହାୟତା ପ୍ରଦାନ କରି ଥିବା ବେଳେ ,ଚଣ୍ଡିତଳ ସରପଞ୍ଚ ଶ୍ରୀମତୀ ସାଗରିକା ବିହାରୀ ଉପସ୍ଥିତ ଥିଲେ । ଆଜିର ସେବା କାର୍ଯ୍ୟ ରେ ସଙ୍ଗଠନ ପରିବାର ପକ୍ଷରୁ ଯଥା ସମ୍ଭବ ଆର୍ଥିକ ସହାୟତା ଓ ପଲିଥିନ୍ ଯୋଗାଇ ଦେଇ ଥିଲେ । ତେବେ ବର୍ତ୍ତମାନ ଶୀତ ଦିନ ଥିବାରୁ ଏହି ଅଗ୍ନି ବିପନ୍ନ ପରିବାରକୁ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତା ର ହା ତ ବଢ଼ାଇବାକୁ ନିବେଦନ କରିଛନ୍ତି ଅଂଚଳର ବିଶିଷ୍ଟ ସମାଜ ସେବୀ ଦୟାନିଧି ବିଶ୍ବାଳ। ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



