Orisha

ହରଭଙ୍ଗାରେ ବୃଷଭୋତ୍ସବ ପାଳନ ।

 

ବୌଦ୍ଧ -୧୪।୧୧-(ହୃଦାନନ୍ଦ ମେହେର) -ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଦନ୍ତାପାଲି ଗ୍ରାମରେ ଥିବା ମାହେଶ୍ୱରୀ ଗୋଶାଳାରେ ବୃଷଭୋତ୍ସବ ପାଳନ କରାଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ବିମଳ କୁମାର ଚୌଧୁରୀ ଯୋଗଦାନ କରିଥିଲେ। ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୃଷଭୋତ୍ସବ କାର୍ଯ୍ୟକ୍ରମରେ ମାହେଶ୍ୱରୀ ଗୋଶାଳାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ତଥା ଏହାର ସଂପାଦକ କୃତିବାସ ପଲିଆ ଏବଂ ସଭାପତି ନିର୍ଗୁଣ ମହାକୁଡ଼ ଯୋଗଦାନ କରି ବୃଷଭର ପୂଜା ପାଇଁ ସମସ୍ତ ଆୟୋଜନ କରିଥିଲେ। ଗୋଶାଳାରେ ଥିବା ଶତାଧିକ ଗୋରୁ ମାନଙ୍କୁ ଉତ୍ତମ ଖାଦ୍ୟ ବ୍ୟବସ୍ଥା କରାଯିବା ସହ ବୃଷଭ ଦେବତା ଙ୍କୁ ଆରାଧନା କରାଯାଇଥିଲା ଏବଂ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି ବୃଷଭୋତ୍ସବ ଦ୍ଵାରା ବିଶ୍ଵଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୋଶାଳା ର ଉପାଧ୍ୟକ୍ଷ ହୃଷୀକେଶ ଖେତି, ଉପଦେଷ୍ଟା ଭାଗ୍ୟଧର ମହାକୁଡ, ଗୋ- ସେବକ ନରେନ୍ଦ୍ର ନାଏକ, ସଞ୍ଜୟ ମୁଣ୍ଡା, ଧୁବାଇ ମୁଣ୍ଡା, କୁନି ମୁଣ୍ଡା ଓ ସନ୍ତୋଷ ବାଘ ପ୍ରମୁଖ ସହୋଯୋଗ କରିଥିଲେ l

 

ବୌଦ୍ଧ ରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୂଜ୍ ଓଡ଼ିଶା

Related Articles

Back to top button