Entertainment

୩୫ତମ କଣ୍ଟାମାଳ କାଳୀପୂଜା ର ଦ୍ୱିତୀୟ ସଂଧ୍ୟା * ରାଜ ଅତିଥି ହେଲେ ସାମ୍ବାଦିକ * ପୂଜା ପାର୍ବଣ ହେଉ ଅବା ମହୋତ୍ସବ, ଭାଇଚାରା ତଥା ଏକତା ସୃଷ୍ଟି କରେ ମଞ୍ଚ

କଣ୍ଟାମାଳ, ୧୩। ୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାକୋଠା ୟୁଥ ଫ୍ରେଣ୍ଡସ ଆସୋସିଏସନର ୩୫ତମ ସାର୍ବଜନୀନ ମାଁ ଶ୍ୟାମା କାଳୀପୂଜା ଅବସରରେ ଆୟୋଜିତ ମହିଷାସୁର ଦରବlରର ଦ୍ୱିତୀୟ ସଂଧ୍ୟାର ରଙ୍ଗସଭାରେ ରାଜ ଅତିଥିଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ନାୟକ, ସାମ୍ବାଦିକ ଜୟ କୁମାର ମହାରଣା, କଣ୍ଟାମାଳ ସମିତିସଭ୍ୟା ଶ୍ରୀମତୀ ସନ୍ତୋଷିନୀ ବାଘ ପ୍ରମୁଖ ଯୋଗଦେଇ ପୂଜା ପାର୍ବଣ ହେଉ ଅବା ମହୋତ୍ସବ ଭାଇଚାରା ଓ ଏକତା ସୃଷ୍ଟି କରିଥାଏ ମଞ୍ଚ ଓ କାର୍ଯ୍ୟକ୍ରମର ଆୟୋଜନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଦୈତାସୁର ମହାରାଜ ମହିଷାସୁରଙ୍କ ଆଦେଶ କ୍ରମେ ରଙ୍ଗସଭାକୁ

ଧାରଣୀସେନ ସାହୁ ପରିଚାଳନା କରିଥିଲେ l ସେହିପରି ଉଦଘାଟନୀ ସଂଧ୍ୟାର ଦରବାରରେ ଅତିଥିଭାବେ କଣ୍ଟାମାଳ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ,ସମାଜସେବୀ ପବିତ୍ର ରଣା,ପ୍ରତିଷ୍ଠାତା ସଦସ୍ୟ ଶକ୍ତି ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ମହିଷାସୁର ଦରବାରକୁ ଅନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ l ଦ୍ୱିତୀୟ ସଂଧ୍ୟାରେ ବ୍ରହ୍ମlଙ୍କ ଦ୍ୱାରା ବରପ୍ରାପ୍ତି ପରେ ମହିଷାସୁରଙ୍କ ସ୍ବର୍ଗଲୋକ ଆକ୍ରମଣ ଓ ସ୍ବର୍ଗଲୋକ ବିଜୟ l ଉଚ୍ଚଶ୍ରବl ଅଶ୍ୱ, ପାରିଜାତ ପୁଷ୍ପ,ଐରାବତ ହସ୍ତୀ ଏବଂ ରମ୍ଭା ନାରୀଙ୍କୁ ନେଇ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ନାଟକ ମଞ୍ଚସ୍ଥ ହୋଇଥିଲା l ମହିଷାସୁର ଭୂମିକାରେ ଅଭିନୟ କରିଥିବା କଳାକାର ମନୋରଞ୍ଜନ ଚିରଗୁଣିଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ଦର୍ଶକ ଓ ଶ୍ରଦ୍ଧାଳୁମାନେ ମହିଷାସୁର ଦରବାରରେ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ଓ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକକୁ ମନଭରି ଉପଭୋଗ କରିବା ସହ ମୀନlବଜାର ବୁଲି ବୁଲି ମନପସନ୍ଦ ଜିନିଷ କିଣିବା ସହ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଥିଲେ l କାର୍ଯ୍ୟକ୍ରମକୁ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରଣା ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button