ଶୋଲର ସ୍ଥିତ ମା ମଙ୍ଗଳା ଙ୍କ ପୀଠରେ ଶ୍ରୀମଦ୍ ଭଗବତ ଗୀତା ଉପନିଷଦ ପରାୟଣ ଅନୁଷ୍ଠିତ।


ବଡ଼ଚଣା,୭।୧୧ ନି; ପ୍ର) ପବିତ୍ର କାର୍ତ୍ତିକ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସୋଲର ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ପୀଠରେ ଗୀତା ଉପନିଷଦ ପରାୟଣ ଅନୁଷ୍ଠିତ ହୋଇଛି। ଶ୍ରୀମଦ୍ ଭାଗବତ ଗୀତାଜ୍ଞାନ ପାରାୟଣ ମା ଙ୍କ ପୀଠରେ ବର୍ଷ ବର୍ଷ ଧରି ହୋଇ ଆସୁଥିବା ବେଳେ, ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳ ବାର୍ ରେ ଅନୁଷ୍ଠିତ ହୋଇଥାଏ। ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ ,ଡାକିଲେ ଓଃ କରନ୍ତି । ଏହି ଜ୍ଞାନ ଯଜ୍ଞ ରେ ବରିଷ୍ଠ ପଣ୍ଡିତ ଶ୍ରୀ ମନ୍ ପ୍ରଦୀପ୍ତ କୁମାର ମିଶ୍ର ସଭାପିତ୍ବ କରିଥିଲେ, ବ୍ୟାସ ଭାବରେ ଗୀତା ଉପନିଷଦ ଆଲୋଚନା ଚକ୍ର ର ରାଜ୍ୟ ସମ୍ପାଦକ ପୁରୁଷୋତ୍ତମ ନାୟକ ଯୋଗ ଦେଇ ଭଗବାନ ଶ୍ରୀ କୃଷ୍ଣ ଙ୍କ ମୁଖ ନିଃସୃତ ବାଣୀ ଗୀ ତା ଜ୍ଞାନ ପରିବ୍ୟାକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତୀକ ବ୍ୟକ୍ତି ଭଗବାନ ଙ୍କ ଶରଣ କୁ ଆସିବା ସହିତ ଜୀବନରେ ଗୁରୁ ଗ୍ରହଣ କରିବା ଉଚିତ୍। ଶ୍ରୀମଦ୍ ଭଗବତ ଗୀତା ଜ୍ଞାନ ସାହାଯ୍ୟରେ ଆଜିର ପତନାଭିମୁଖି ସମାଜର ଅବକ୍ଷୟ କୁ ନିଶ୍ଚିତ ରୋକାଯାଇ ପାରିବା ସହିତ ସମାଜରେ ଶାନ୍ତି ,ମୈତ୍ରୀ ଓ ସଦଭାବନା ସମ୍ଭବ ବୋଲି ଶ୍ରୀ ମନ୍ ନାୟକ କହିଥିଲେ। ମାଆ ଙ୍କ ମୁଖ୍ୟ ପୂଜକ କାମଦେବ ପଣ୍ଡା, ଅ ଢମ୍ବୁର ରୁ ଲଙ୍ଗୁଳୀ ଦାସ, ଝଡେଶ୍ୱର୍ କଢ଼େଇ ରୁ ପ୍ରଫୁଲ୍ଲ ତ୍ରିପାଠୀ, ଉପୂଳା ରୁ ଲକ୍ଷ୍ମୀ ଧର୍ ମହାନ୍ତି, ଅମିୟଝରି ରୁ ପ୍ରତିମା ଜେନା,ଅନିତା ଜେନା,ଅହଲ୍ୟା ନାୟକ, ଵୈରୀ ରୁ ଗୋକୁଳ ନନ୍ଦ ସ୍ୱାଇଁ , ସୋଲର ରୁ ଦୀପକ୍ ମହାପାତ୍ର, ବ୍ରଜ ଗୋପାଳ ଦାସ,ନିରଞ୍ଜନ ଦଳାଇ , ଜାରକା ରୁ ବାବା ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ଥିଲେ। ମଙ୍ଗଳ ବାର ରେ ଏହି ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେଉ ଥିବାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାଆ ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରି ଥିଲେ। ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ।




