EntertainmentOrisha

ଡିସେମ୍ବର ୨୮ରୁ ଉଲୁଣ୍ଡା ଧନୁଯାତ୍ରା ମହୋତ୍ସବ

ଉଲୁଣ୍ଡା ୯/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେ ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ଆୟୋଜିତ ଓ ଗ୍ରାମୀଣ ବିକାଶ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ୧୬ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ।ଏହି ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୨୮ ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଡିସେମ୍ବର ୨୪ରୁ ଜାନୁଆରୀ ୨ପର୍ଯ୍ୟନ୍ତ ହରିବଂଶ ଗ୍ରନ୍ଥ ପଠନ, ସାଂସ୍କୃତିକ କାର୍ଯ୍ୟକ୍ରମ,ଗୋପଲିଳାଭିନୟ ପରିବେଷଣ କରାଯିବ ବୋଲି ଜଣାପଡିଛି।ଏଥର ବିଶେଷ ଆକର୍ଷଣ ଭାବରେ କଂସ ଦରବାର,ଅକେଷ୍ଟା,ଅପେରା,ମିନାବଜାର,ଲୋକ ନୃତ୍ୟ,ଗୀତ,ନାଚ, ବିଭିନ୍ନ ଅଭିନେତା ଅଭିନେତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।ଏଥର କଂସ ଭୂମିକାରେ ମହାରାଜ ସୁଶୀଳ କୁମାର ମେହେର ଅଭିନୟ କରି ଲୋକଙ୍କ ମନ ମୋହିବେ। ଧନୁଯାତ୍ରା ପରିଚାଳନା କମିଟି ସଭାପତି ଋଷି କୁମାର ପଟେଲ ଙ୍କ ସଭାପତିତ୍ବରେ ହିମାଂଶୁ ଶେଖର ତ୍ରିପାଠୀ, ଦାମୋଦର ମେହେର, ଧର୍ମ ନିରଞ୍ଜନ ପଣ୍ଡା, ଦିଲ୍ଲୀପ ପୁରୋହିତ, ରାଧାଚରଣ ମହାକୁର, ବସୁଦେବ ଭୋଇ, ସନ୍ତୋଷ ଭୁକ୍ତା, କୈଳାଶ ପୁରୋହିତ, ଗୋପାଳ ପଣ୍ଡା, ଗୁନୁରାମ ମହାକୁର ଓ ଗୋବିନ୍ଦ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button