Orisha

ରାଣୀସର୍ଡା ଗ୍ରାମରେ ଜିଲ୍ଲା ସ୍ତରୀୟ ସମ୍ଵିଧାନ ସଭା ସଚେତନତା କାର୍ଯ୍ୟକ୍ରମ

 

ବିନିକା, ୯/୧୧ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଣୀସର୍ଡା ଗ୍ରାମରେ ଜିଲ୍ଲା ସ୍ତରୀୟ ସମ୍ଵିଧାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଧିମାନ ଦରଶଥ ବାଦିଙ୍କ ସଭାପତିତ୍ଵରେ ସଭା ଆୟୋଜନ କରାଯାଇଥିଲା। ଓଡିଶା ଆର୍ ପି ଆଇ ମୂଖ୍ୟ ଉପଦେଷ୍ଟା ଧିମାନ ଅବଦୁଲ ଓ୍ଵାଲି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆମ୍ଵେଦକର ବାଦି ଧିମାନ ଗୁପ୍ତେଶ୍ଵର ଖୁରା ମୂଖ୍ୟ ବକ୍ତା, ଓଡିଶା ଭୀମ ସେର୍ନି ସଂସ୍ଥାପକ (ନାରୀ ଏକତା ମିଶନ) ଧିମାନ ଅଚ୍ୟୁତ କୁମ୍ଭାର, ଦଳିତ ସମାଜର ବରିଷ୍ଠ ଆମ୍ଵେଦକରବାଦି ଧିମାନ ମୁନିଲାଲ ମହାନନ୍ଦ, ସମାଜସେବୀ ଧିମାନ ଅଚ୍ୟୁତ ଛତର, ବିରିଷ୍ଠ ସଭ୍ୟ ଦଳିତ ସମାଜ ତଥା ମୂଖ୍ୟ ସାହିତ୍ୟ ଏକାଡେମୀ ଓଡିଶା ତଥା ରାଷ୍ଟ୍ରୀୟ ପୁରଷ୍କାର ପ୍ରାପ୍ତ ତଥା ଆମ୍ଵେଦକରବାଦି ଓ ସମାଜ ସେବି ଧିମାନ ପ୍ରେମରାଜ ନିହାଲ ସିଂ, ହାସ୍ୟ କଳାକାର ଧିମାନ ବୈକୁଣ୍ଠ ବାରିକ, ପଶ୍ଚିମ ଓଡିଶାର ପ୍ରସିଦ୍ଧ ହାସ୍ୟ ଅଭିନେତା ଧିମାନ ବିନ୍ଦୁ, ମହିଳା ସଭାନେତ୍ରୀ, ଭୀମ ସେର୍ନି (ନାରୀ ଏକତା ମିଶନ) ଓଡିଶା ଧିମତୀ ମଞ୍ଜୁ କୁମ୍ଭାର, ଡୁଡୁକା ବ୍ଲକ ସମାଜ ସେବୀ ଧିମାନ ନିଳାମ୍ଵର ବାରିକ ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଧିମାନ ଖଗେଶ୍ବର କୁଅଁର ସଭା ପରିଚାଳନା କରିଥିଲେ। ଓଡ଼ିଶାର ଭୀମ ସେର୍ନି (ନାରୀ ଏକତା ମିଶନ) ଶତାଧିକ ପୁରୁଷ ମହିଳାମାନେ ଏହି ସଭାରେ ଯୋଗ ଦେଇଥିଲେ। ଏହି ସଭାରେ ବିଶ୍ଵ ରତ୍ନ ଡା. ବି. ଆର୍. ଆମ୍ଵେଦକରଙ୍କ ଲେଖିଥିବା ବିଶ୍ଵର ସର୍ବ ଶ୍ରେଷ୍ଠ ମହାନ ପୁସ୍ତକ ଭାରତର ସମ୍ଵିଧାନ ବିଷୟରେ ଆଲୋକପାତ କରାଯାଇଥିଲା। ଉପସ୍ଥିତ ଉଭୟ ପୁରୁଷ ଓ ମହିଳାମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ମଞ୍ଚାସିନ ବକ୍ତାମାନେ ସମ୍ଵିଧାନ ଉପରେ ଆଲୋକ ପାତ କରିଥିଲେ। ଉଭୟ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ତଥା ଲୋକ ସଭା ସ୍ତରୀୟ ସୁବର୍ଣ୍ଣପୁର ଜିଲ୍ଲାର ରୋୟଲ ପଡିଆ ଠାରେ ବହୁଜନ ସମାଜ ପାର୍ଟି ତରଫରୁ ଆଗାମୀ ନଭେମ୍ବର ମାସ ୨୬ ତାରିଖ ରବିବାର ଦିନ ସମ୍ଵିଧାନ ଦିବସ ପାଳନ କରାଯିବ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବା ପାଇଁ ଏହି ସଭାରେ ଘୋଷଣା କରିବା ସହିତ ଅନୁରୋଧ କରାଯାଇଛି। ପରେ ଏହି ଅଞ୍ଚଳର ଛୋଟ ଛୋଟ ବାଳକ ବାଳିକାମାନଙ୍କ ଦ୍ଵାରା ଆମ୍ଵେଦକର ବିଚାରଧାରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ତାହା ମଣିଷ ସମାଜକୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଧିମାନ ଅରୁଣ ବାଦୀ, ଧିମାନ ପଦ୍ମନ ବାଗ, ଧିମାନ ଶୁରଥ ସୁନା ଓ ଧିମାନ ବିରମିତ୍ର ସୁନା ସଭା ସଂଯୋଜନା କରିଥିଲେ। ଧିମାନ କୃଷ୍ଣଚନ୍ଦ୍ର ବାଗ, ଧିମାନ ବାସୁଦେବ ମହାନନ୍ଦ, ଧିମାନ ଉତ୍ତମ ତାଣ୍ଡି, ଧିମାନ ଧିରୋଜ କୁମ୍ଭାର, ନିରୋଦ, ଫିରୋଜ, ଗଣେଶ, ନିନ୍ଦିକିଶୋର ସମେତ ରାଣୀସର୍ଡା ଗ୍ରାମର ଗ୍ରାମବାସୀ ସହଯୋଗ କରିଥିଲେ।

 

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button