ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨୪ତମବାର୍ଷିକ ଉତ୍ସବ


ନବରଙ୍ଗପୁର ଜିଲ୍ଲା ଉମରକୋଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨୪ ତ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା ଓ ୧୧ ନମ୍ବର ୱାଡ ର ୱାର୍ଡ ସଭ୍ୟ ସାଇ ନାରାୟଣ ପାଢ଼ୀ ଯୋଗ ଦେଇଥିଲେ । ଚଳିତ ବର୍ଷ ଶିଶୁ ମନ୍ଦିର ର ନବମ ଶ୍ରେଣୀ ସରକାରଙ୍କ ଅନୁମୋଦନ ପାଇଥିବାରୁ ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ତରଫରୁ ଧନ୍ୟବାଦ୍ ଦେଇଥିଲେ । ଏହି ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଭାରତୀୟ ସଂସ୍କୃତି ର ଜ୍ଞାନ ଲାଭ କରି ଥାଆନ୍ତି ବୋଲି ନିଜ ଭାଷଣ ରେ କହିଥିଲେ । ରାଧା ଭତ୍ରା ଓ ସାଇ ନାରାୟଣ ପାଢ଼ୀ ବିଦ୍ୟାଳୟ ର ଉନ୍ନତି ଉପରେ ଗୁରୁତ୍ବ ଦେଇଥିଲେ । କାର୍ଯ୍ୟକ୍ରମ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏବଂ ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏହି ବାର୍ଷିକ ଉତ୍ସବ ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଅବନି କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହି କାର୍ଯ୍ୟକ୍ରମ ରେ ପ୍ରଦିପ କୁମାର ନାୟକ ସୋନ୍ତଷ ବେବର୍ତ୍ତା ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।।
ଉମରକୋଟ ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ News




