Orisha

କେନ୍ଦ୍ରସରକାରଙ୍କ ଭୁଲ ନିଷ୍ପତି କୃଷକ କେବେ ସନ୍ତ୍ରାସବାଦୀ ନୁହନ୍ତି !

ତିର୍ତ୍ତୋଲ :– ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି କାଦୁଅରେ ଘାଣ୍ଟି ହେଇ ଯିଏ ଦେଶକୁ ଫସଲ ଯୋଗାଉଛି ସିଏ କେବେ ସନ୍ତ୍ରାସବାଦୀ ହେଇପାରନ୍ତି ? ରକତ କୁ ପାଣିକରି ଖରାବର୍ଷା ଶୀତ କାକର କୁ ଖାତିର ନକରି ଯିଏ କୃଷିକାର୍ଯ୍ୟରେ ଦିନରାତି ଏକ କରିଦିଏ ସେ କେବେ ଦେଶଦ୍ରୋହୀ ହୋଇପାରନ୍ତି ??? କେନ୍ଦ୍ରସରକାର ଙ୍କ ଏଇ ନିଷ୍ପତ୍ତି କୁ ଯେକେହି ବି ଭୁଲ ଆଉ ଆତ୍ମଘୋଷିତ ପାଗଳାମି ବୋଲି କହିପାରିବ ! ଏଇଥିପାଇଁ ମୁଣ୍ଡଟେକିଛି କୃଷକ ଆନ୍ଦୋଳନର ଭାୟାବହତା !

କୃଷକ ସମାଜ ଚିଲ୍ଲେଇ ଚିଲ୍ଲେଇ ରାଜରାସ୍ତାରେ ପ୍ରତିବାଦ କରି କହୁଛି “ଉଇ ଆର ଫାର୍ମର୍ସ, ନଟ ଟେରରିଷ୍ଟ ” !କୃଷକ ମାନଙ୍କୁ ବଦନାମ କରିବା ବନ୍ଦକର ! ଦେଶର କୃଷକ କେବେ ସନ୍ତ୍ରାସବାଦୀ ନୁହନ୍ତି ! ସୂଚନା ଅନୁସାରେ ଭାରତକୁ ଦାନା ଯୋଗାଉଥିବା କୃଷକ ମାନଙ୍କୁ ନେଇ କେନ୍ଦ୍ରସରକାର ଯୋଉଭଳି ଖବର ବନେଇଛି ତାହା ତୁରନ୍ତ ବନ୍ଦ କରିବାର ଅଭିପ୍ରାୟ ରେ ସଂଯୁକ୍ତ କିଷାନମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ଆନୁକୂଲ୍ୟରେ

ରାଜ୍ୟସ୍ତରୀୟ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ! କୃଷକ ମାନଙ୍କ ହକ ପାଇଁ କରାଯାଇଥିବା ଆନ୍ଦୋଳନକୁ କେନ୍ଦ୍ରସରକାର ଦେଶ ବିରୋଧୀ, ବିଦେଶୀ ସନ୍ତ୍ରାସବାଦି ଶକ୍ତିଙ୍କ ଆର୍ଥିକ ସହାୟତାରେ ପ୍ରାୟୋଜିତ ବୋଲି ସଂଗୀନ ଅଭିଯୋଗ କରି, ନ୍ୟୁଜ କ୍ଲିକ ର ସାମ୍ବାଦିକ ପ୍ରବୀର ପୁରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀ ଙ୍କୁ ଗିରଫ କରି କିଷାନ ଆନ୍ଦୋଳନକୁ ଚପାଇ ଦେବାକୁ ହୀନ ଚକ୍ରାନ୍ତ କରିଛି !ତାର ପ୍ରତିବାଦରେ ଓଡ଼ିଶାର ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ କ୍ରମେ ରାଜ୍ୟସାରା ଏକ ପ୍ରତିବାଦ ର ମାହୋଲ ଛିଡା ହୋଇ ସାରିଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ନିଶାମଣୀ ସରଣୀ ଠାରେ ଏକ ପ୍ରତିବାଦ ଦିବସର ବାର୍ତ୍ତା ଦିଆଯାଇଥିଲା ! ଆଗାମୀ ଦିନରେ ହେବାକୁ ଥିବା ମହା ଧାରଣା କୁ ସଫଳ କରାଇବାକୁ କିଷାନ ମାନଙ୍କୁ ଆହ୍ୱାନ କରାଯାଇଥିଲା ! କିଷାନ ମୋର୍ଚ୍ଚାର ୨୧ ଦଫା ଦାବୀ ସମ୍ବଳିତ ବିଷୟ ମଧ୍ୟରୁ ପ୍ରମୁଖ ଦାବିଗୁଡିକ ହେଲା କୃଷକ ଆନ୍ଦୋଳନକୁ ନେଇ ନ୍ୟୁଜ କ୍ଲିକ ଉପରେ ହୋଇଥିବା ମିଥ୍ୟା ଏଫ.ଆଇ.ଆର. କୁ ତୁରନ୍ତ ପ୍ରତ୍ୟାହାର କରାଯାଉ ! ଐତିହାସିକ କୃଷକ ଆନ୍ଦୋଳନ ବିରୋଧରେ ଅପପ୍ରଚାର ବନ୍ଦ କରାଯାଉ ! ସାମ୍ବାଦିକ ପ୍ରବୀର ପୁରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀ ଙ୍କୁ ତୁରନ୍ତ ଜେଲ ରୁ ମୁକ୍ତ କରାଯାଉ !ନଚେତ କିଷାନ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବା ସମ୍ଭାବନାକୁ ଏଡେଇଦେଇ ହେବନି ! ଏଥିପାଇଁ ସଂଯୁକ୍ତ କିଷାନମୋର୍ଚ୍ଚା ଆସନ୍ତା ନଭେମ୍ବର ୨୬ ରୁ ୨୮ ତାରିଖଯାଏ ରାଜ୍ୟ ସ୍ତରୀୟ ୭୨ ଘଣ୍ଟିଆ ଅହୋରାତ୍ର ମହା ଧାରଣା ର ଆୟୋଜନ କରାଯିବାକୁ ନିଷ୍ପତ୍ତି ନେଇଛି ! ଭୁବନେଶ୍ୱର ଲୋୟର ପିଏମଜି ମହାତ୍ମାଗାନ୍ଧୀ ମାର୍ଗରେ ଆସନ୍ତା ନଭେମ୍ବର ୨୬ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ଏହି ମହାଧରଣା ଆରମ୍ଭ ହୋଇ ୨୯ ତାରିଖ ସକାଳ ଯାଏ ଚାଲୁ ରହିବବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡିଶା ରାଜ୍ୟ ସମନ୍ୱୟ କମିଟି ତରଫରୁ ସୁରେଶ ପାଣିଗ୍ରାହୀ ଅବଗତ କରାଇଛନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button