Orisha

ଜାତୀୟ ରାଜପଥ ରେ ବେଆଇନ ପାର୍କିଂ କୁ ନେଇ ଜୋରିମାନା 

   ବଡଚଣାବ୍ଲକ ଅନ୍ତର୍ଗତ ଛତିଆ ଭଟିଆ ଛକ ନିକଟ ୧୬ନମ୍ବର ଜାତୀୟ ରାଜପଥ ପ୍ରଶାସନ ବାରମ୍ୱାର ତାଗିଦ୍ କରିଥିଲେ ମଧ୍ୟ ୧୬ ଜାତୀୟ ରାଜପଥରେ କଡରେ କରିଥିବା ଉଠା ଦୋକାନୀ ଯାହାକି ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ରେ ବେଆଇନ ପାର୍କିଂ ପାଇଁ ଅନେକ ସମୟ ରେ ରାସ୍ତା ରେ ଦୁର୍ଘଟଣା ଘଟୁଛି ଏବଂ ଛତିଆ କାକରାଖାଇବା ପାଇଁ ଦୋକାନୀ ଆଗରେ ଯେଉ ଭଳି ଭାବରେ ଗାଡି

ମାନଙ୍କର ଭିଡ଼, ଏବଂ ଏନେଇ ବାରମ୍ବର ଖବର ପ୍ରସାରଣ ପରେ ବେଆଇନ ପାର୍କିଂ କୁ ନେଇ ଯାଜପୁର ଆରକ୍ଷୀ ଅଧିକ୍ଷକ ବିନୀତି ଅଗରୱଲା ଙ୍କ ନିର୍ଦ୍ଦେଶ କ୍ରମେ ବଡଚଣା ଓ ବୈରୀ ଥାନା ପୋଲିସ୍, ଚଣ୍ଡିଖୋଲ ପରିବହନ ବିଭାଗର ଅଧିକାରୀ ଓ( ଆର୍ ଟିଓ ) କର୍ମଚାରୀ, ଜାତୀୟ ରାଜପଥ ଅଧିକାରୀ ମିଳିତ ଉଦ୍ୟମ ରେ ଛତିଆ ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାଜପଥ ଉପରେ

ଚଢ଼ଉ କରିଥିଲେ । ବେଆଇନ ଭାବେ ପାର୍କିଂ ହୋଇଥିବା ୪୧ଟି ଗାଡି ଉପରେ କୋଡ଼ିଏ ହଜାର ପାଞ୍ଚଶହ ଟଙ୍କାର ଜୋରିମାନା ଆଦାୟ ହେଇଥିଲା। ସେହିପରି ୬୧ଟି ଗାଡ଼ିକୁ ରାସ୍ତା ଉପରୁ ହଟାଯିବାସହ ଚାଳକମାନ ଙ୍କୁ ଚେତାବନୀ ଦେଇ ଅଧିକାରୀ ମାନେ ଛାଡ଼ିଦେଇଥିଲେ। ଆଗାମୀ ଦିନରେ ଫୁଣି ଏଭଳି ଭାବେ ବେଆଇନ ପାର୍କିଂ ହେଲେ ଚଢ଼ଉ କରାଜିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button