Entertainment

ଉମାରେ ଗଣ୍ଡା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

 

କଣ୍ଟାମାଳ,୬।୧: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ଖେଳ ପଡିଆରେ ଘଣ୍ଟାପଡା ଜୋନ୍‌ ସ୍ତରୀୟ ଗଣ୍ଡା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି l କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆଁଖାଇ ଭେଟ୍‌ଘାଟ୍‌ ହେଉଛି ପଶ୍ଚିମ ଓଡ଼ିଶାର ଅନନ୍ୟ ଉପହାର । ଏହା ହେବା ଦ୍ୱାରା ଅଞ୍ଚଳରେ ପ୍ରଥମତଃ ଭାଇଚାରା ସୃଷ୍ଟି କରିଥାଏ ଏବଂ ଏକତା ରହିବାର ବାର୍ତ୍ତା ଦେଇଥାଏ ବୋଲି ମତଦେବା ସହିତ କଣ୍ଟାମାଳ

ନିର୍ବାଚନମଣ୍ଡଳୀର ପ୍ରଥମକରି ଗଣ୍ଡା ସମାଜ ତରଫରୁ ଘଣ୍ଟାପଡ଼ା ଜୋନ ସ୍ତରୀୟ ଉମା ଗ୍ରାମରେ ହେଉଥିବାରୁ ବିଧାୟକ ଶ୍ରୀରଣା ନିଜେ ଉତ୍ସାହିତ ହୋଇ ଦଳିତ ସମାଜର ସୁବିଧା ନିମନ୍ତେ ବକଣ୍ଟାମାଳରେ ବ୍ଳକ ସ୍ତରୀୟ ଏକ ମଣ୍ଡପ ଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର ,ଉମା ସମିତି ସଭ୍ୟା ସନ୍ତଳୀ ସୁନା, ଖମନମୁଣ୍ଡା ସମିତି ସଭ୍ୟା ସସ୍ମିତା ବାଘ, ବରଗାଁ ସମିତି

ସଭ୍ୟା ପ୍ରତିନିଧି ତଥା ସାମାଜିକ କର୍ମୀ ରାମଚନ୍ଦ୍ର ତାଣ୍ଡି, ସମାଜସେବୀ ବିମଳା ଭୋଇ, ସମାଜସେବୀ ଜିତେନ୍ଦ୍ର କୁମ୍ଭାର, ଜାନି ସେନାପତି, ଧନମନ୍ତ ବିଭାର, ଘନ ମୁନା, ରଞ୍ଜନ ଜଗଦଲା, ଉମା ସରପଞ୍ଚ ଦୌଲଥ ପାଣ୍ଡେ ପ୍ରମୁଖ ଯୋଗଦେଇ ଗଣ୍ଡା ସମାଜର ଏକତା, ମୌଳିକ ଅଧିକାର, ଶିକ୍ଷା ଓ ସଂସ୍କାର ବିଷୟରେ ମତ ରଖିଥିଲେ l ଧନମନ୍ତ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପରେ ସୁବୋଧର ବାଘଙ୍କ ପରିଚାଳନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳର କଳାକାରମାନଙ୍କୁ ନେଇ ନୃତ୍ୟଗୀତ ଆୟୋଜିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମରେ ହୃଦାନନ୍ଦ କଅଁର, ପ୍ରଦୀପ ନନ୍ଦ, ଦିଲ୍ଲୀପ ବିଶ୍ୱାଳ, ପରମେଶ୍ୱର ଛତ୍ରିଆ, ସୁବାଷ ମହାନନ୍ଦ, ଚମାର ତାଣ୍ଡି, ଠାକୁର କଅଁର, କୈବଲ୍ୟ ସୁନା, ହୃଦାନନ୍ଦ ମହାନନ୍ଦ, ଗୁଞ୍ଜୁରୁ ସୁନା, ପ୍ରଦୀପ ମହାନନ୍ଦ, ଦୁର୍ଗା ଦୀପ, ମହେଶ୍ୱର କୁମ୍ଭାର, ବନମାଳୀ ସୁନା, ସୁବାଷ ମୁନା, କର୍ଣ୍ଣ ବାଘ, ସୁରେଶ ମହାନନ୍ଦ, ଜଗତରାମ ହରିପାଳ, ମହେନ୍ଦ୍ର ମହାନନ୍ଦ, ଦେବଘନ ନାଗ, ଗୋବିନ୍ଦ ଜାଲ, ସାନନ୍ଦ ସୁନା, ସୁରେଶ ବାଣ୍ଡକି, ଭୀମ କଅଁର, ବ୍ରହ୍ମା ମହାନନ୍ଦ, ଲକ୍ଷେଶ୍ୱର ଦୀପ, ସୁରୁ ବିଭାର, ରବି ମହାନନ୍ଦ ଓ କାଳିଆ କଅଁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ଗଣ୍ଡା ସମାଜର ପୁରୁଷ ଓ ମହିଳା ଉତ୍ସାହିତର ସହିତଯୋଗ ଦେଇଥିଲେ l ଭେଟଘାଟ ପୂର୍ବରୁ ନିଜର ପାରମ୍ପରିକ ବାଜା ବଜାଇ ଇଷ୍ଟଦେବୀଙ୍କ ପୂଜାକାର୍ଯ୍ୟ ରିତିନୀତିରେ ସମାପ୍ତ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button