Politics

ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ଗଞ୍ଜାମର 12ଟି ନିର୍ବାଚନ ମଣ୍ଡଳୀ ପାଇଁ 251.50 କୋଟି ର 5706 ଟି ପ୍ରକଳ୍ପ ଶୁଭାରମ୍ଭ ହୋଇଛି l ଏଥି ମଧ୍ୟରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର 44 ଗୋଟି ପଞ୍ଚାୟତ ନିମନ୍ତେ 508ଟି ପ୍ରକଳ୍ପ ପାଇଁ 22.0 କୋଟି ଟଙ୍କା ମଞ୍ଜୁର

କରିଛନ୍ତି l ଏହି ଅବସରରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଲ୍ଲିକୋଟ RCM SCIENCE COLLEGE PLAY GROUND ଠାରେ ଆୟୋଜିତ ହୋଇଥିବା ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ V.K ପାଣ୍ଡିୟାନ ମହୋଦୟ ଙ୍କୁ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ 

Related Articles

Back to top button