Politics

ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କଣ୍ଟାମାଳ ଗସ୍ତରେ ବିପୁଳ ଜନସମାଗମ l ସମାଲୋଚନା କୁ ନଦେଖି ଆଗକୁ ବଢ଼ିଲେ ସଙ୍ଗଠନ ସୁଦୃଢ ହେବ : ଅପରାଜିତା

କଣ୍ଟାମାଳ, ତା ୨/୧୧:(ପ୍ରଭାତ କୁମାର ସାହୁ) ସମାଲୋଚନାକୁ ଭୃକ୍ଷେପ ନ କରି ଆଗକୁ ବଢ଼ିଲେ ଯାଇ ସଂଗଠନ ସୁଦୃଢ ହେବା ସହ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥାଏ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା, ଭାଜପା ରାଜ୍ୟ ଉପସଭାପତି ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏକ ଦିନିକିଆ ତୋଫାନୀ ଗସ୍ତରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସlଗୋରlଠାରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ l ସେ ଆହୁରି କହିଥିଲେଯେ, ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଦାଦନ ଭଳି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଜିଲ୍ଲାର ଅଧିକାଂଶ ସିଏଚସି, ପିଏଚସି ରେ ଡାକ୍ତର ଅଭାବ ଥିବାବେଳେ ଉଚ୍ଚ ଶିକ୍ଷା ପାଇଁ ସରକାରୀ ଡିଗ୍ରୀ ଓ ମହିଳା କଲେଜ ନାହିଁ , ଯାହା ଫଳରେ ଛାତ୍ରଛାତ୍ରୀ ଅନ୍ୟ ଜିଲ୍ଲା

ଉପରେ ନିର୍ଭର କରି ଅତ୍ୟଧିକ ଖର୍ଚାନ୍ତ ହେଉଛନ୍ତି। ସେହିପରି ଚାଷୀମାନଙ୍କ ପାଇଁ କୋଲଡ଼ ଷ୍ଟୋରେଜ ସୁବିଧା ନାହିଁ ।ତେଲନଦୀ, ମହାନଦୀ ଓ ବିଭିନ୍ନ ଶାଖାନଦୀ ଭଳି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିଲେହେଁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା , ସୁଯୋଗ ଓ ସମ୍ଭାବନା ଥିଲେ ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀର ବିକାଶ ଅଧୁରା ରହିଯାଇଛି l ଆସନ୍ତା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କ ବିପୁଳ ବିଜୟ ହେବ ବୋଲି କହିଥିଲେ l ଭାଜପା ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିରୋଧୀଦଳ ନେତା ସଚ୍ଚିଦାନନ୍ଦ ଦଲାଲ, ପୂର୍ବତନ ବିଧାୟକ ପ୍ରାର୍ଥୀ କହେଁଇ ଚରଣ ଡାଙ୍ଗ, ନଂ ୪ଜୋନର ଜିଲ୍ଲାପରିଷଦ ସଦସ୍ୟ ରାକେଶ ତ୍ରିପାଠୀ ଓ ୨ନଂଜୋନର ପଦ୍ମାଳୟା ପ୍ରଧାନ, ଜିଲ୍ଲା ମହିଳା ମୋର୍ଚା ସଭାପତି ମୀନାରାଣୀ ପ୍ରଧାନ, ରୁଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ମୁନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ କଣ୍ଟାମାଳ ବିଜେପି ମଣ୍ଡଳ ସଭାପତି ଅନିଲ ପ୍ରଧାନ ଧନ୍ୟବାଦ ଦେଇଥିଲେ l ପରେ ପଞ୍ଚାୟତଛକ ଠାରୁ କର୍ମୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଜନସମର୍ଥନରେ ସାମିଲ ହୋଇ ମକର ପଡିଆସ୍ଥିତ ସ୍ଵସ୍ତିକ କ୍ଲବ ଦ୍ଵାରା ପୂଜିତ ମାଁ ଗଜଲକ୍ଷ୍ମୀପୂଜା ଉପଲକ୍ଷେ ଆୟୋଜିତ ମୁରାସୁର ଦରବାରକୁ ଯାଇଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button