ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଉଦଘାଟିତ l


ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସୁରଭି କଳା ମହୋତ୍ସବ ଓ ଓଡିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସୁରଭି କାର୍ଯ୍ୟକ୍ରମରେ 12ଗୋଟି ଇଭେଣ୍ଟ, କଳା ଉତ୍ସବ ରେ 10ଟି ଇଭେଣ୍ଟ ଓ ଓଡିଶା ମିଲେଟ୍ସ ଇଭେଣ୍ଟ ରେ 3ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବ୍ଲକ ର ସମସ୍ତ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନେ ନୃତ୍ୟ ଗୀତ ଭାଗ ନେଇଥିଲେ l ବିଇଓ ଙ୍କ ନେତୃତ୍ୱରେ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଆଗାମୀ ଦିନରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଯେମିତି ବଣ ମଲ୍ଲୀ ବଣରେ ନ ଫୁଟି ଝଡି ଯାଉ ସେ କଥାକୁ ଦୃଷ୍ଟି ଆଗରେ ରଖି ଓଡିଶାର ସୁନାମ ଧନ୍ୟ ନୃତ୍ୟ ଗୁରୁ ଶ୍ରୁତିଶିଖା ମହାପାତ୍ର, ପିଙ୍କି ସୁନା, କୋଶଲ ସୁନ୍ଦରୀ ଚୁମକି ମିଶ୍ର ଙ୍କୁ ଜଜ୍ ଭାବରେ ମଞ୍ଚାସିନ ଥିଲେ l ଛାତ୍ର ଛାତ୍ରୀ ମାନଙ୍କ ସଂଗୀତ ପରିବେଷଣର ତଦାରଖ ପାଇଁ ଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଡକ୍ଟର ପ୍ରତ୍ୟୁଷ ରଞ୍ଜନ ବାଘ, ବିରେନ ଜଗଦଲା ଓ ଖଗେଶ୍ୱର ସୁନା ପ୍ରମୁଖ ଜଜ ଭାବରେ ଉପସ୍ଥିତ ଥିଲେ l ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ନିଖୁଣ ନୃତ୍ୟ ଗୀତ ସମସ୍ତଙ୍କୁ ବାନ୍ଧି ରଖିଥିଲା l ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ସିଲକପ ପ୍ରଦାନ କରାଯାଇଥିଲା l ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିଉଜ।




