CountryEntertainment

ମୁର୍ଷୁଣ୍ଢି ରେ ମୁରାସୁର ଦରବାର ର ଚତୁର୍ଥ ସନ୍ଧ୍ୟା

ଲକ୍ଷ୍ମୀ ଙ୍କ ବିବାହ ପାଇଁ ବରୁଣ ରାଜା ଚିନ୍ତିତ

 

 -ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ ହେଉଛି ୪୧ ତମ ଗଜଲକ୍ଷ୍ମୀ ପୂଜା। ଏହି ଅବସର ରେ ପ୍ରତ୍ୟହ ସନ୍ଧ୍ୟା ରେ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ ରେ ପରିବେଷଣ ହେଉଛି ମୁରାସୁର ଦରବାର। ଏଥିରେ ବିନିକା ର ବଶିଷ୍ଠ ମଞ୍ଚ ଅଭିନେତା

ଗୋପାଳ ପଣ୍ଡା ମୁରାସୁର ଭୂମିକାରେ ଅଭିନୟ କରୁଛନ୍ତି। ମୁରାସୁର ଦରବାର ର ଚତୁର୍ଥ ସଂନ୍ଧ୍ୟା ରେ ନାଟ୍ୟାଭିକ୍ରମରେ ପରିବେଷଣ ହୋଇଯାଇଛି ଲୀଳା ନାଟକ। ମୁରାସୁର ନିଜର ପାତ୍ର ମନ୍ତ୍ରୀ ସହ ଏକ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ମଞ୍ଚ ରେ ପହଞ୍ଚିଥିଲେ। ମହାଦେବ ଙ୍କ ପୂଜା ରୁ ଆରମ୍ଭ ହୋଇଥିଲା ଲୀଳା ନାଟକ। ଏଥିରେ ବରୁଣ ରାଜା ଲକ୍ଷ୍ମୀ ଙ୍କ ବିଭାହ ପାଇଁ ଚିନ୍ତିତ, ନାରଦ ଙ୍କ ଆଗମନ, ସ୍ଵୟମ୍ବର ସଭାରେ ଲାଖ ବିନ୍ଧା ସମ୍ବନ୍ଧରେ ବର୍ଣ୍ଣନା, ଦେବର୍ଷି ନାରଦ ତିନି ପୁର ନିମନ୍ତ୍ରଣ କରିବା ପାଇଁ ବରୁଣ ରାଜା ଙ୍କୁ ପରାମର୍ଶ ଆଦି ପରିବେଷଣ ହୋଇଯାଇଛି। ଏହା ଦେଖିବାକୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା। ବୁଧୁବାର ସନ୍ଧ୍ୟା ରେ ଲକ୍ଷ୍ମୀ ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭା ରେ ସମ୍ପାଦକ ତ୍ରୟଞ୍ଜିବ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ମହାରାଜା ମୁରାସୁର ଙ୍କ ନିମନ୍ତ୍ରଣ
କ୍ରମେ


ପ୍ରମୁଖ ରାଜ ଅତିଥି ଭାବେ ଦରବାର ରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଅତିଥିମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ମଞ୍ଚ ରେ ଲୀଳା ନାଟକ ସହିତ ରଙ୍ଗା ରଙ୍ଗ ଅଧୁକିକ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ଦେଖିବାକୁ ହଜାର ହଜାର ଦର୍ଶକ ଙ୍କ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସମାଗମ ହୋଇଥିଲା।
ସୁବର୍ଣ୍ଣପୁରରୁ ରଞ୍ଜନ କୁମାର ତାଣ୍ଡିଆଙ୍କ ରିପୋର୍ଟ ସମର୍ଥ ନିୟୁଜ l

Related Articles

Check Also
Close
Back to top button