Politics

ଅତ୍ୟାଧୁନିକ ୩୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ବଡ଼ଚଣା ରେ ଉଦ୍ଘାଟିତ।

 

– ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅତ୍ୟାଧୁନିକ ୩୦ ଗୋଟି ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଏହି ଅବସରରେ ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ନଗର ଉନ୍ନୟନ ଓ ଦକ୍ଷତା ବିକାଶ

ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ବଡ଼ଚଣାର ଲୋକ ପ୍ରିୟ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଉଦ୍ଘାଟନ କରିଥିଲେ।

ଏହି ସ୍ବାସ୍ଥ୍ୟ କେନ୍ଦ୍ର ର ନିର୍ମାଣ ଲାଗି ୭ କୋଟି ୬୩ ଲକ୍ଷ ୫୪ ହଜାର ଟଙ୍କାର ବ୍ୟୟ ବରାଦରେ ସମ୍ପୂର୍ଣ ହୋଇଛି। 

ବିଶେଷ ଭାବରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଯାଜପୁର ଜିଲ୍ଲା ର ବଡ଼ଚଣା ସମେତ ସୀମାନ୍ତ ଢେଙ୍କାନାଳ ଓ କଟକ ଜିଲ୍ଲା ଅଞ୍ଚଳର ଜନ ସାଧାରଣ ଉପକୃତ ହେବ ବୋଲି ଶ୍ରୀ ଯୁକ୍ତ ବିଧାୟକ ମନ୍ତବ୍ୟରେ କହିଥିଲେ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button