Politics
ଘଣ୍ଟାପଡ଼ାରେ ପାଣଗଣ୍ଡା ସମାଜର ହକ ପାଇଁ ପ୍ରସ୍ତୁତି ବୈଠକ


ଘଣ୍ଟାପଡ଼ା, ୩୦/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମା ବ୍ଳକର ଘଣ୍ଟାପଡ଼ା ବନ୍ୟା ଆଶ୍ରୟସ୍ଥଳୀରେ ପାଣଗଣ୍ଡା ସମାଜ ପକ୍ଷରୁ ୧ନଂଜୋନ ଅଧିନସ୍ଥ ଆଠଟି ପଂଚାୟତକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ସଭାପତି ଦିଲୀପ ବିଶ୍ୱାଳଙ୍କ ସଭାପତିତ୍ଵରେ ହୋଇଥିବା ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭବିଷ୍ୟତରେ ଆମ୍ଭ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ତଥା ନିଜ ହକ ପାଇବା ପାଇଁ ଏକଜୁଟ ହେବା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରହିତାଶ୍ୱ ମଲିକ ଓ ସମ୍ମାନୀତ ଅତିଥିଭାବେ ମହାଦେବ କଳତା, ବିଶ୍ୱଜିତ ହରିପାଳ, ଦେବଦତ୍ତ ସାଗର, ପିତାମ୍ବର ବିଭାର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ଅନ୍ୟ ସଦସ୍ୟ ହୃଦାନନ୍ଦ କହଁର, ଦ୍ରୋଣ ବିଭାର, ମଦନ ସୁନ୍ଦର ହରିପାଳ, ବନମାଳୀ ମୁନା, ଧନବନ୍ତ ବିଭାର,

ଚନ୍ଦନ ଦୀପ, ଦେବଘନ ମୁନା, ଦୁର୍ଗା ଚରଣ ସୁନା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ। ସଦସ୍ୟ ସୁରେଶ ମହାନଦ ଧନ୍ୟବାଦ ଦେଇଥିଲେ। କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ




