Politics

ଆମଆଦମୀ ପାର୍ଟି ଓଡ଼ିଶା ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନଙ୍କ କେନ୍ଦ୍ରାପଡ଼ା ଗ୍ରସ୍ତରେ ମିଶ୍ରଣ ପର୍ବ ଓ ସମୀକ୍ଷା ବୈଠକ ଅନୁଷ୍ଠିତ


ଆମ  ଆଦମୀ ପାର୍ଟି, କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନ ତରଫରୁ ସଦସ୍ୟ ପଞ୍ଜିକରଣ ଅଭିଯାନ ଏବଂ ସାଙ୍ଗଠନିକ ସ୍ଥିତି ସମ୍ପର୍କିତ ଏକ ସମୀକ୍ଷା ବୈଠକ କାକଟ ଲକ୍ ପୋଲ ନିକଟସ୍ଥ ସ୍ଵଂୟ ସେଲିବ୍ରେସନ୍ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନନୀୟ ରାଜ୍ୟ ପ୍ରଭାରୀ ଓ ଦିଲ୍ଲୀ କ୍ୟାଣ୍ଟର ବିଧାୟକ ଶ୍ରୀଯୁକ୍ତ ବୀରେନ୍ଦ୍ର ସିଂ କାଡିଆନ ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଯୋଗଦେଇ ଥିଲେ।ତେବେ ଆଗକୁ 2024 ଆଗାମୀ ସାଧାରଣ ନିର୍ବାଚନରେ ମାନନୀୟ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ ଏବଂ ରାଜ୍ୟ

ଆବାହକ ଶ୍ରୀଯୁକ୍ତ ନିଶିକାନ୍ ମହାପାତ୍ରଙ୍କ ଦିଗଦର୍ଶନକୁ ପାଥେୟ କରି କିଭଳି ଏକ ବିକଳ୍ପ ଶାସନ ବ୍ୟବସ୍ଥା ମାଧ୍ୟମରେ ଓଡିଶାବାସୀଙ୍କୁ ଦିଲ୍ଲୀ ମଡେଲର ପରିକଳ୍ପନାରେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ବିନା ମୂଲ୍ୟରେ ଯୋଗାଇ ଦିଆଯିବା ସହ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରି ଯୁବକ, ଯୁବତୀଙ୍କୁ ସ୍ଥାୟୀ ରୋଜଗାର ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର
ଆଲୋଚନା କରିଥିଲେ।ଜିଲ୍ଲା ସଭାପତି ଶ୍ରୀ ସନ୍ଦୀପ୍ତ ଦାସ ଆଗାମୀ ଦିନରେ ଦଳର ସଂଗଠନକୁ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇବାକୁ କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଥିଲେ।ପରେ ବିଶିଷ୍ଟ ସମାଜସେବୀ ଓ ଓଡ଼ିଶା ନିର୍ମାଣ ଶ୍ରମିକ ସଂଗଠନର ଆବାହକ ଶ୍ରୀ ଅଶୋକ କୁମାର ତ୍ରିପାଠୀ ଓ ଜିଲ୍ଲା କଂଗ୍ରେସ ତଥା ଓବିସି ସେଲ ବରିଷ୍ଠ ନେତା ସନ୍ତୋଷ କୁମାର ବେହେରା ତାଙ୍କର ଶତାଧିକ କର୍ମକର୍ତ୍ତାଙ୍କ ସହ ସଦସ୍ୟତା ଗ୍ରହଣ କରି ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button