Entertainment

ରାଧାରାଣୀ ମଠରେ ୨୪୦ ପ୍ରହରୀ ନାମ ଯଜ୍ଞ ଓ କଳସ ଯାତ୍ରା ଅନୁଷ୍ଠିତ

 

ଉଲୁଣ୍ଡା,୨୮/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବଡ ଅଙ୍କରିଆ ରାଧାରାଣୀ ମଠରେ ୨୪୦ ପ୍ରହରୀ ନାମ ଯଜ୍ଞ ଓ କଳଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ଅଖଣ୍ଡ ନାମ ଯଜ୍ଞ କାର୍ତ୍ତିକ ବ୍ରତ ଏକ ମାସ ପର୍ଯ୍ୟନ୍ତ ଚାଲୁରହିବ | ମହାରାଜ ସତ୍ୟବ୍ରତ ଦାଶ,ପୂଜକ ରଘୁନାଥ ପଣ୍ଡା,କର୍ତ୍ତା ଭାବରେ ପୃଥ୍ୱୀରାଜ କଳତା ଯୋଗଦେଇ କାର୍ଯ୍ୟକୁ ସମ୍ପାଦନ କରିଥିଲେ | ଏହି ନାମ ଯଜ୍ଞ ରେ ବଡ ଅଙ୍କରିଆ ତଥା ଆଖ ପାଖ ଗାଁ ର ୨୬୦ ଜଣ ମାଁ ଭଉଣୀ ମାନେ କଳସ ମୁଣ୍ଡେଇବାର ଦୃଶ୍ୟ ଲୋକଙ୍କ ମନଭିତରେ ଭକ୍ତି ଭାବନା ଜାଗ୍ରତ କରିବା ସହ ମାଁ ଭଉଣୀ ମାନଙ୍କ ପ୍ରତି ଭକ୍ତି ଭାବନା ଭଲ ପାଇବା ବଢି ଯାଇଥିବା ସହ ଅତ୍ୟନ୍ତ ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା | ସଂକୀର୍ତନ୍ୟ ଦଳ କେଶଲପୁରା, ବଡ ଅଙ୍କରିଆ ରାଧାରାଣୀ ମଠର କୀର୍ତନ୍ୟ ଦଳ କୀର୍ତନ୍ୟ ନାମ ଜପ କରିବା ସହ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ |

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button