Entertainment

ଘଣ୍ଟାପଡ଼ା ବନ୍ୟା ଆଶ୍ରୟସ୍ଥଳିରେ ପାଣଗଣ୍ଡା ସମାଜର ଜୋନ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଘଣ୍ଟାପଡ଼ା ବନ୍ୟା ଆଶ୍ରୟସ୍ଥଳିରେ ପାଣଗଣ୍ଡା ସମାଜର ଜୋନ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

 

କଣ୍ଟାମାଳ,ତା.୨୮/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ବନ୍ୟା ଆଶ୍ରୟସ୍ଥଳୀରେ ଜୋନ ସ୍ତରୀୟ ପାଣଗଣ୍ଡା ସମାଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉମା ପଞ୍ଚାୟତର ଧନମନ୍ତ ବିଭାର,ଗୁଞ୍ଜରୁ ସୁନା ଓ ପ୍ରଦୀପ ମହାନଦିଆଙ୍କ ଆହ୍ଵାନ କ୍ରମେ ବୈଠକରେ ଜୋନର ଘଣ୍ଟାପଡ଼ା, ଆମ୍ବଗାଁ, କୁଲୁତାଯୋର,ଖମନମୁଣ୍ଡା, ଖୁଣ୍ଟିଗୋରା, ଉମା, ନାରାୟଣପ୍ରସାଦ ଓ ବରଗାଁ ପଞ୍ଚାୟତର ସଦସ୍ୟ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ

ଆଲୋଚନା କରିଥିଲେ। ପରିଶେଷରେ ଆସନ୍ତା ନଭେମ୍ବର ୫ ତାରିଖ ରବିବାର ଦିନ ପାଣଗଣ୍ଡା ସମାଜ ପକ୍ଷରୁ ଉମାଠାରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଏବଂ ସ୍ଥାନୀୟ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା ଏବଂ କଣ୍ଟାମାଳ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯିବା ସହ ସମାଜରସମସ୍ତ ଭାଇ ଭଉଣୀଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯିବ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button