Orisha
କୋଟସମଲାଇ ରେ ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଟସମଲାଇ ରେ ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଉଲୁଣ୍ଡା ୨୮/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଜହ୍ନି ଓଷା ଉଦଯାପନୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨୮ପର୍ଯ୍ୟନ୍ତ ମାସେ ଧରି ସବୁ ଦିନ ସନ୍ଧ୍ୟାରେ ଝିଅ ମାନେ ମାଁ ବୃନ୍ଦାବତୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଜହ୍ନି ଓଷା ପର୍ବ ପାଳନ କରୁଥିଲେ।ଏହି ଅବସରରେ ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗାୟକ ଭାବରେ ସଦାନନ୍ଦ ସାହୁ ଓ ବାଦ୍ୟଯନ୍ତ୍ର ରେ ଜାନକୀରାମ ଦେହେରୀ, ନରେନ୍ଦ୍ର ବାଘ,ଚମରା ସେଠୀ,ପଞ୍ଚାନନ ମନ୍ତ୍ରା ଓ ବିରେନ ପଧାନ କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଅବସରରେ ଗୀତ,ନାଚ ସହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶହଶହ ଭକ୍ତ ଙ୍କ ସମାଗମ ହୋଇଥିଲା।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ



