EntertainmentOrisha

କବିତା କଥା କହିଥାଏ,କବିତା ପାଠୋତ୍ସବ ରେ ବିଦ୍ୱାନ ବ୍ୟକ୍ତିଙ୍କ ମତ 

କବିତା କଥା କହିଥାଏ,କବିତା ପାଠୋତ୍ସବ ରେ ବିଦ୍ୱାନ ବ୍ୟକ୍ତିଙ୍କ ମତ 

========================

ତିର୍ତ୍ତୋଲ -: ବର୍ତ୍ତମାନ ସମାଜରେ କବିତାର ରୂପରେଖ ବଦଳି ଯାଉଛି ! କବିତା ମଣିଷ ସମାଜର ବିଷୟବସ୍ତୁ କୁ ପ୍ରତ୍ୟେକ୍ଷ ଭାବେ ଉପସ୍ଥାପନ ନକରି ପରୋକ୍ଷ ଭାବେ ଦର୍ଶାଇ ଥାଏ ! ଆବଶ୍ୟକ ସ୍ଥଳେ ମିଥ୍ ପ୍ରୟୋଗ ଦ୍ୱାରା, କିମ୍ବଦନ୍ତୀ ମୂଳକ ଲେଖା କବିତାର ମାନ ବୃଦ୍ଧି କରିଥାଏ !କବିତା କଥା କହିଥାଏ ! ଲୁକାୟିତ ବିଷୟର ସାରତତ୍ତ୍ୱ ର ନିର୍ଯ୍ୟାସ କରିଥାଏ ବୋଲି,ତିର୍ତ୍ତୋଲ ଜୟପ୍ରକାଶ ମଇଦାନ ଠାରେ,

କୁମାରୋତ୍ସବ ସମିତି ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆୟୋଜିତ କବିତା ପାଠୋତ୍ସବ ରେ ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଶ୍ରୀଯୁକ୍ତ ଉମାକାନ୍ତ ନାୟକ ମତବ୍ୟକ୍ତ କରିଥିଲେ ।ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ଜୟପ୍ରକାଶ ମୈଦାନ ଠାରେ,କୁମାର ପୂର୍ଣ୍ଣମୀ ଦିନ ମଧ୍ୟାହ୍ନ ରେ , ଝଙ୍କଡ଼ ସାହିତ୍ୟ ସଂସଦ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଡକ୍ଟର ଦେବଦତ୍ତ ସାମନ୍ତରାୟ , ମୁଖ୍ୟବକ୍ତା ଅଧ୍ୟାପକ ଉମାକାନ୍ତ ନାୟକ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି , ଡଃ ବିଷ୍ଣୁପ୍ରିୟା ଦାସ ,ଡଃ ସୁରେନ୍ଦ୍ରନାଥ ତ୍ରିପାଠୀ , ବସନ୍ତ ମଞ୍ଜରୀ ଦାସ ଓ ହେମନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ଆଧୁନିକ ଓ ପ୍ରାଚୀନ କବିତା ର ତୁଳନାତ୍ମକ ଚିତ୍ର ବର୍ଣ୍ଣନା କରି , ଆଧୁନିକ କବିତାରେ ଜୀବନଦର୍ଶନ ଉପରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଝଙ୍କଡ଼ ସାହିତ୍ୟ ସଂସଦ ର ସମ୍ପାଦକ ଗୋଲକ ବିହାରୀ ପଲାଇ ମଞ୍ଚ ପରିଚାଳନା କରୁଥିବା ବେଳେ , ପଣ୍ଡିତ ବାସବ ନନ୍ଦ ସ୍ୱାଗତ ଭାଷଣ , ଆରତୀ ତ୍ରିପାଠୀ ପରିଚୟ ପ୍ରଦାନ କରିଥିଲେ । ସବିତା ନାୟକ ଓ ଦିଗମ୍ବର ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ଶତାଧିକ କବି ଓ କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ଏହି ଅବସରରେ ପ୍ରତିଷ୍ଠିତ ସାରସ୍ଵତ ସାଧକ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ନିତ୍ୟାନନ୍ଦ ନାୟକ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button