Orisha

ଘଣ୍ଟାପଡ଼ାରେ ଗଜଲକ୍ଷ୍ମୀପୂଜା ପାଇଁ ଅଧିବାସ ।

କଣ୍ଟାମାଳ, ତା.୨୮/୧୦:(ପ୍ରଭାତ କୁମାର ସାହୁ)ଦୁର୍ଗା ମାଆଙ୍କୁ ବିଦାୟପରେ ଶନିବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାରେ ଶ୍ରୀ ରଘୁନାଥ ନାଟ୍ୟସଂସଦ ଓ ଘଣ୍ଟାପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ମାଁ ଗଜଲକ୍ଷ୍ମୀ ପୂଜାନୋତ୍ସବ ପାଳନ ପାଇଁ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ କମିଟୀ ଉପଦେଷ୍ଠାଙ୍କ ଉପସ୍ଥିତିରେ ମାନସୀକଧାରୀ ଓ ଶତାଧିକ ମହିଳା ଭକ୍ତ ଗ୍ରାମ୍ୟ ନିକଟସ୍ଥ ସମଲେଶ୍ଵରୀ ତେଲ ନଦୀ ଘାଟରୁ ପୂଜାର୍ଚ୍ଚନା ପରେ ଜଳପୂର୍ଣ୍ଣ କଳସରେ ଗ୍ରାମ୍ୟ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଉକ୍ତ ଅଧିବାସରେ ପଣ୍ଡିତ ଜିତେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲାଇଥିବା ସ୍ଥଳେ ରମେଶ ପୋଢ ସପତ୍ନୀକ କର୍ତ୍ତାକାର୍ଯ୍ୟ ତୁଲାଇଥିଲେ । ପୂଜା କମିଟୀର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button