Orisha

ରୁଗୁଡ଼ିପାଲିର ମାନବ ସେବା ସଦନ ସଙ୍ଗଠନ ସମ୍ବର୍ଦ୍ଧିତ

 

କଣ୍ଟାମାଳ,୨୮।୧୦(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ସ୍ଥିତ ମାନବ ସେବା ସଦନ ସ୍ବେଛାସେବୀ ସଂଗଠନକୁ ସମ୍ବର୍ଦ୍ଧିତ କଲା ବନ୍ଧପାଲି ଯାତ୍ରା କମିଟୀ । ସୋନପୁର ଜିଲା ତରଭା ବ୍ଲକ ବ୍ରାହ୍ମଣୀ ପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ଠାରେ ଦେଶବନ୍ଧୁ କୁଅଁର ଓ ଚିନ୍ତାମଣୀ କୁଅଁରଙ୍କ ତତ୍ୱାବଧାନରେ ଏବଂ

ଲକ୍ଷ୍ମୀନାରାୟଣ କମିଟି ଓ ମିଳିତ ସାଂସ୍କୃତିକ ମଞ୍ଚ ଭୁରାଡ ଆନୁକୂଲ୍ୟରେ ଅନୁଷ୍ଠିତ ବରୁଲ ବୁଢ଼ା ମହୋତ୍ସବରେ ବ୍ରାହ୍ମଣୀ ପଞ୍ଚାୟତ ସରପଞ୍ଚ କୁଶଳେଶ୍ୱର ପାଣ୍ଡେ ମୁଖ୍ୟ ଅତିଥି, ସମିତିସଭ୍ୟ ରାମ ସାହୁ ଏବଂ ନାଏବ ସରପଞ୍ଚ ପଦ୍ମାବତୀ ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଉତ୍ସବରେ ରକ୍ତଦାନ, ଅସହାୟଙ୍କୁ ସହାୟତା, ବିପଦରେ ଦେବଦୂତ ପରି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନବ ସେବା ସଦନ ସଙ୍ଗଠନକୁ ପ୍ରଶଂସା କରି ଅନୁଷ୍ଠାନ ତରଫରୁ ମାନପତ୍ର ସମେତ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି l ସଙ୍ଗଠନ ସଭାପତି ବଳରାମ ବାଘ, ସମ୍ପାଦକ ବଂଶୀଧର ମାଝୀ, ଉପଦେଷ୍ଟା ପ୍ରଭାତ ସାହୁ, ସଦସ୍ୟ ଜିତେନ୍ଦ୍ର ଭୋଇ, ଗଜାନନ ପ୍ରଧାନ, ନବୀନ ଠେଲା, ସୁଶାନ୍ତ ଭୋଇ, ଡୋଲାମଣୀ କବାଟ ପ୍ରମୁଖ ଉପସ୍ଥିତ ଥିଲେ l ଯୁବ କଳାକାର ରାଜିବ ଭୋଇ ଏବଂ ବରୁଲ ବୁଢ଼ା ମହୋତ୍ସବ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button