Entertainment

ଘଣ୍ଟାପଡ଼ା ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ମହିଷାସୁର ଦରବାରରେ ରାଜକୀୟ ଅତିଥି ପ୍ରକାଶ ସାହୁଙ୍କୁ ମାନପତ୍ର ପ୍ରଦାନ

ଘଣ୍ଟାପଡ଼ା ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ମହିଷାସୁର ଦରବାରରେ ରାଜକୀୟ ଅତିଥି ପ୍ରକାଶ ସାହୁଙ୍କୁ ମାନପତ୍ର ପ୍ରଦାନ ।

କଣ୍ଟାମାଳ,ତା.୨୮/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାରେ ଜୟଲକ୍ଷ୍ମୀ କ୍ଲବ ଓ ସମଲେଶ୍ଵରୀ ୟୁଥ କ୍ଳବ ମିଳିତ ସହଯୋଗରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ମହିଷାସୁର ଦରବାର ୫ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଦରବାରରେ ଉପସ୍ଥିତ ରାଜଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରର ପୂର୍ବତନ

ନଗରପାଳ ତଥା ପଶ୍ଚିମଓଡିଶା ବିକାଶ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ମାଆ ସମଲେଶ୍ଵରୀଙ୍କ ଫଟୋଚିତ୍ର ଏବଂ ଉପଢୌକନ କମିଟୀ ତରଫରୁ ମହିଷାସୁରଙ୍କ ଦରବାରରେ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କମିଟୀ ତରଫରୁ ଅଧ୍ୟକ୍ଷ ଗିରିଧର ଦେହୁରୀ, ସଂପାଦକ ପପୁନ ପାଣିଗ୍ରାହୀ, ଗୋପୀ ମାଝୀ, ପ୍ରମୋଦ ମଲିକ,ରିଙ୍କୁ ବାରିକ,ମଣ୍ଡୁ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button