Orisha

କୁମାର ପୂର୍ଣ୍ଣିମା

 

 

ପାର୍ବତୀଙ୍କ ପୁତ୍ର ହେଉଛନ୍ତି କୁମାର । ଆଶ୍ୱିନ ମାସ ପୂର୍ଣ୍ଣିମାରେ କୁମାର ସ୍ବାମୀଙ୍କ ଜନ୍ମ । ତେଣୁ କୁମାର ପୂର୍ଣ୍ଣିମା । କୁମାର ଆଜନ୍ମ ବ୍ରହ୍ମଚାରୀ । ଦତ୍ତାତ୍ରେୟ , ହନୁମାନ , ଶଙ୍କରାଚାର୍ଯ୍ୟ , ବିବେକାନନ୍ଦ ପ୍ରମୁଖ ଚିର କୁମାର ସ°ପ୍ରଦାୟ ଅନ୍ତର୍ଭୁକ୍ତ । କୁମାରଙ୍କୁ ପୂଜା କଲେ ଅପୁତ୍ରିକ , ସୁପୁତ୍ର ଲାଭ କରନ୍ତି ଏବଂ କୁମାରୀ କନ୍ୟା ସୁନ୍ଦର ବର ପ୍ରାପ୍ତ ହୁଅନ୍ତି । ପ୍ରତାପରୁଦ୍ର ଦେବ ବିଶାଖାପାଟଣାରେ କୁମାର ପୂଜାକୁ ରାଜକୀୟ ପୂଜା ରୂପେ ପ୍ରଚଳନ କରିଥିଲେ । ବର୍ତ୍ତମାନ ତାହା ଆନ୍ଧ୍ର ପ୍ରଦେଶରେ । ଓଡ଼ିଶାର ପ୍ରତ୍ୟେକ ଶିବ ମନ୍ଦିରର ପଶ୍ଚିମରେ କୁମାର ଦ୍ଵାରପାଳ ରୂପରେ ପୂଜିତ ହୁଅନ୍ତି । କୁମାର ପୂର୍ଣ୍ଣିମା ଦିନ କୁମାର ମାନଙ୍କୁ ନୂଆ ବସ୍ତ୍ର ଓ ଆଭୂଷଣରେ ଭ‌ଉଣୀ ମାନେ ବନ୍ଦାପନା କରନ୍ତି । ଚୁଡ଼ାଘଷା ଓ ନଡ଼ିଆ ଖଣ୍ଡ ସମର୍ପଣ କରନ୍ତି । ସ°ପ୍ରତି ଏ ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରେ କୁମାର ପୂଜାର ସଙ୍କେତ ବହନ କରିଛି । ଗୁହ , ଶାରବତ , ସ୍କନ୍ଦ , ମହାସେନ , ଷଡ଼ାନନ , ସେନାନୀ , କାର୍ତ୍ତିକେୟ ଇତ୍ୟାଦି କୁମାରଙ୍କର ଅନେକ ନାମ ରହିଛି ।

ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button