ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀଙ୍କ ଆବାହନୀ


ତିର୍ତ୍ତୋଲ :- “ନମସ୍ତେଶ୍ରୀ ମହାମାୟୀ ଶ୍ରୀପିଠେ ସୁର ପୂଜିତେ, ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ “ଆଶ୍ୱିନ ଶୁକ୍ଲପକ୍ଷ ପବିତ୍ର ପୂର୍ଣ୍ଣମୀ ତିଥିରେ ମା’ ଗଜଲକ୍ଷ୍ମୀ ଗଜ ବାହାନରେ ଧରାବତରଣ କରିଛନ୍ତି ! ଯଦିଶ୍ଚ ଏହି ଦିବସ ଗ୍ରହଣ ଲାଗିବା ସକାଶୁ ପୂଜାବିଧିରେ ପରିବର୍ତ୍ତନ କରାଯାଇଛି ! ତଥାପି ଅତି ପ୍ରଭାତରୁ କଳସ ଶୋଭାଯାତ୍ରା, ଘଟସ୍ଥାପନ ପୂର୍ବକ ଯଥାରୀତି ମତେ ବିଭିନ୍ନ ପୂଜାର୍ଚନା, ଦେବଦେବୀ ଆମନ୍ତ୍ରଣ ଆଦି କାର୍ଯ୍ୟ ସୁଚାରୁ ରୂପେ କରାଯାଇ ପାରିଛି ! କହିବାକୁ ଗଲେ ଜଗତସିଂହପୁର ଜିଲ୍ଲାର ବିରିଡି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ପାରାଦ୍ୱୀପ, ଏରସମା, ବାଲିକୁଦା, ନାଉଗାଁ, ଏବଂ ଜଗତସିଂହପୁର ର ବିଭିନ୍ନ ବଜାର ଓ ପୁରପଲ୍ଲୀରେ ମହା ଖୁସୀ ଆନନ୍ଦରେ ଆୟୋଜିତ ହୋଇଛି ଗଜଲକ୍ଷ୍ମୀ ପୂଜା !ସକାଳ ଆଠଟାରୁ ଅପରାହ୍ନ ଦୁଇ ଘଟିକା ଯାଏ ପୂଜା କରାଯାଇ ଭକ୍ତ ମାନଙ୍କର ପୁଷ୍ପାଞ୍ଜଳି ସମର୍ପଣ କରାଯାଇଥିଲା ! ସବୁଠାରୁ ଆକର୍ଷକ ମେଢ଼ ମଣ୍ଡିତ ମୃଣ୍ମୟୀ ମୁର୍ତ୍ତୀ ଦେଖିବାକୁ ମିଳିଥିଲା ତିର୍ତ୍ତୋଲ କଲେଜରୋଡ଼ ଲକ୍ଷ୍ମୀପୂଜା କମିଟି ପରିସରରେ ! ଏହି ଶୃଙ୍ଖଳିତ ପୂଜାକମିଟି ର ପୁରୋଧା ଶ୍ରୀଯୁକ୍ତ ସରୋଜ କୁମାର ଦାଶ ଓ ତାଙ୍କ ସହଧର୍ମିଣୀ ସୁନିତା ଦାଶ ଥିବାବେଳେ ସଭାପତି ସୁବ୍ରତ କୁମାର ଦାଶ, ସମ୍ପାଦକ ବିନୋଦ କୁମାର ସାହୁ, କୋଷାଧକ୍ଷ କୈଳାସ ଦାସ, ଏବଂ ଗଜଲକ୍ଷ୍ମୀ ପୂଜା କମିଟିର ଏକଶହ ପଚାଶ ବ୍ୟବସାୟୀ ସକ୍ରିୟ ସହଯୋଗ କରିଥିବାର କମିଟି ସଭାପତି ଅବଗତ କରାଇଥିଲେ ! ଉକ୍ତ ପୂଜା ଏକ ସପ୍ତାହ ଯାଏ ବଳବତ୍ତର ରହିବ, ଲକ୍ଷାଧିକ ଭକ୍ତ ମାନଙ୍କୁ ମା’ ଗଜଲକ୍ଷ୍ମୀ ଦର୍ଶନ ଦେବେ ! ଏହି ଦିନ ମାନଙ୍କରେ ଭଜନସମାରୋହ, ଡ୍ୟାନ୍ସ ଡ୍ୟାନ୍ସ ପ୍ରୋଗ୍ରାମ ପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହିତ ଦୈନିକ ଅନ୍ନ ସେବନର ଯୋଜନା ରହିଛି ବୋଲି କମିଟି ତରଫରୁ କୁହାଯାଇଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



