ଉଦଯାପିତ ହେଲା ଘଣ୍ଟାପଡ଼ାର ମହିଷାସୁର ଦରବାର, ଯୁଗେ ଯୁଗେ ଧର୍ମର ଜୟ,


କଣ୍ଟାମାଳ, ତା.୨୭/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ମହିଷାସୁର ଦରବାର ଗୁରୁବାର ରାତ୍ରରେ ଉଦଯାପିତ ହୋଇଯାଇଛି। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଜୟଲକ୍ଷ୍ମୀ କ୍ଲବ ଓ ସମଲେଶ୍ଵରୀ ୟୁଥ କ୍ଳବ ମିଳିତ ସହଯୋଗରେ ୫ ଦିନ ଧରି ଚାଲିଥିବା ରାଜଦରବାରରେ ରାଜ ଅତିଥିଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ମହୀଧର ରଣା, ରାଜ୍ୟ ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଭଗବାନ କହଁର, କଣ୍ଟାମାଳ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ଜିଲ୍ଲା ପରିଷଦ ନଂ୧ଜୋନର ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ସ୍ଥାନୀୟ ସରପଞ୍ଚ ରୀତା କହଁର,ରାଜ୍ୟ ବିଜେଡି ସାଧାରଣ

ସଂପାଦକ ସୁଧୀର ମହାକୁଡ଼, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାମନ୍ତ ମାଝୀ, ବିଜେଡି ନେତା ସନ୍ତୋଷ ଦନ୍ତା, ଦେବୀପ୍ରସାଦ ନାଏକ, ବିଜେପି ନେତା ଗୋପୀନାଥ କହିଁର, ଜିଲ୍ଲା ମିଳିତ ଶିକ୍ଷକ ସଂଘର ସଭାପତି ଶିଶିର ଖଟୁଆ, ଶିକ୍ଷାବିତ ମନ୍ଦର ଧର ବେହେରା ପ୍ରମୁଖ ଉପସ୍ଥିତ ରହି ଦୁର୍ଗାପୂଜାରେ ଯୁଗେ ଯୁଗେ ସତ୍ୟର ଜୟ ଉପରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ଉଦବୋଧନ ଦେଇଥିଲେ। ରାଜଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରୁ, ସୋନପୁରର ରୂପଶ୍ରୀ କଳା ପରିଷଦର ଦୁଲଦୁଲି, ବିଶିଷ୍ଟ କଣ୍ଠଶୀଳ୍ପି ଦିଲିପ ଦୀପ ଓ ବିଭିନ୍ନ ଗୁପ ଡେନସ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକଙ୍କ ମନ ମୋହିଥିଲା । ଜମିଦାର ବସନ୍ତ ମାଝୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ନିଳାଚଳ ଭୋଇ ମଞ୍ଚ ପରିଚାଳନା କରିଥିଲେ।ପୂଜା କମିଟୀର ଅଧ୍ୟକ୍ଷ ଗିରିଧର ଦେହୁରୀ ଧନ୍ୟବାଦ ଦେଇଥିଲେ।ପରେ ନାଟମଞ୍ଚରେ ବରଗଡ଼ର ପଦ୍ମପୁର ଅଞ୍ଚଳର କଳାକାରଙ୍କଦ୍ଵାରା ମହିଷାମର୍ଦ୍ଦିନୀ ନାଟକ ମଞ୍ଚସ୍ଥ ହୋଇଥିଲା। ମହିଷାସୁରଙ୍କ ଅତ୍ୟାଚାରରେ ତ୍ରୀପୁରବାସୀ ବିଷ୍ଣୁଙ୍କଠାରେ ପ୍ରାର୍ଥନା କରିବାପରେ ଦେବୀ ମାଁ ଦୁର୍ଗା ଶେଷରେ ମହିଷାସୁରକୁ ବଧ କରି ମହିଷାସୁର ଦରବାର ଉଦଯାପିତ ହୋଇଯାଇଛି।

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




