ରୁଣ୍ଡିମହୁଲରେ ଜିଲ୍ଲାସ୍ତରୀୟ ମହର୍ଷି ଦୟାନନ୍ଦ ଜନ୍ମ ଶତବାର୍ଷିକୀ ପାଳିତ


କଣ୍ଟାମାଳ : ୨୭/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଭାଗବତ ପାରାୟଣ ସନ୍ଥlଶ୍ରମ ଠାରେ ଜିଲ୍ଲା ସ୍ତରୀୟ ମହର୍ଷି ଦୟାନନ୍ଦଙ୍କ ଦ୍ଵି -ଶତ ବାର୍ଷିକୀ ଉତ୍ସବ ଏବଂ ବୈଦିକ ଦେବଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ସମ୍ପାଦକ ନିରଞ୍ଜନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ମହାମନ୍ତ୍ରୀ ଧନୁର୍ଦ୍ଧର ମହାପାତ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ସହ ସମ୍ପାଦକ ରାଜକୁମାର ବରାଡ, ଦୁର୍ଯୋଧନ ଦାସ , ସୋନପୁର ଜିଲ୍ଲା ଆର୍ଯ୍ୟ ସମାଜର ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଲଳିତ ମେହେର ପ୍ରମୁଖ ଯୋଗଦେଇ ବୈଦିକ ଦେବ ଯଜ୍ଞ ଓ ବେଦ ପ୍ରଚାର ଉପରେ ପ୍ରବଚନ ଦେଇଥିଲେ । ଯଜ୍ଞରେ ସୁରେଶ କୁମାର ସାହୁ ସପତ୍ନିକ କର୍ତ୍ତା ଭାବରେ ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ କୋଷାଧ୍ୟକ୍ଷ ରମେଶ ଭୋଇ ଧନ୍ୟବାଦ’ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିଶିର ରଣା, ଆଶିଷ ମହାଲିକ , ବାପୁନ୍ ଲୁହା, ବାବୁଶାନ୍ ପ୍ରଧାନ , ଶୁଭମ୍ ନାଗ ,ବଳରାମ ବିଭାର , ଭଗବାନ ଖଣ୍ଡଗିରି , ଭକ୍ତ ଦେବେନ୍ଦ୍ର ପ୍ରସାଦ କୁମାର ଆଦି ସହଯୋଗ କରିଥିଲେ । ଆଖ ପାଖ ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେଇଥିଲା ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




