Entertainment

ବହିରାରେ ସାମାଜିକ ନାଟକ “ଆଖି ଅମାନିଆ ଲୁହ ଅବୁଝା” ମଞ୍ଚସ୍ଥ।


ବୌଦ୍ଧ -୨୬-୧୦-( ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ଗ୍ରାମ୍ୟ ଉନ୍ନୟନ ଯୁବକ ସଂଘ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜାର ଚଳିତ ବର୍ଷ ରୌପ୍ୟ ଜୟନ୍ତି ପାଳିତ ହୋଇଛି। ଏଥିପାଇଁ ଜୟଦୁର୍ଗା ଯାତ୍ରା କମିଟି ପକ୍ଷରୁ ବୁଧବାର ରାତି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ନାଟକ “ଆଖି ଅମାନିଆ ଲୁହ ଅବୁଝା” ମଞ୍ଚସ୍ଥ ହୋଇଯାଇଛି। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ମଞ୍ଚକୁ ଉଦଘାଟନ କରିଥିଲେ । ପୂର୍ବ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ, ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ମହାଲିକ, ସମିତି ସଭ୍ୟ ପ୍ରତିନିଧି କହ୍ନେଇ ବାଦୀ, ଯୁବ ନେତା ସୁଶାନ୍ତ ବାଘ, ସତ୍ୟ ଷାଣ୍ଢ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନବୀନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ। ଏଅବସରରେ ସଭାପତି ନିରଞ୍ଜନ ପଣୁଆ ଓ ସଂପାଦକ ଟୁକୁନା ବଘାରଙ୍କ ସହିତ ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନାଟକ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଦର୍ଶକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button