Entertainment

ବାଉଁଶୁଣି ରାବଣ ଦରବାରରେ ରାଜ ଅତିଥି ହେଲେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ।

ବାଉଁଶୁଣି ରାବଣ ଦରବାରରେ ରାଜ ଅତିଥି ହେଲେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ। 

ବୌଦ୍ଧ-୨୫-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ପଞ୍ଚାୟତ ଡିମିରିପାଲି ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ପାଇଁ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ମାଁ କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟକଳା ସଂସଦ ଗଡଭିତରର କଳାକାର ମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ ରାବଣ ଦରବାର ନାଟକ ପରିବେଷଣ

ହେଉଅଛି। ଏଅବସରରେ ବିଜୟା ଦଶମୀର ମଙ୍ଗଳବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଦରବାରରେ ରାଜ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କଳାକାରଙ୍କୁ ସମ୍ମାନିତ

କରିବା ସଙ୍ଗେ ସଙ୍ଗେ ମହାରାଜଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ସହିତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି ନିଜର ମତ ପ୍ରକାଶ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button