କୁଲୁତାଯୋରରେ ବିଜେଡ଼ି ର ମିଶ୍ରଣ ପର୍ବ, ଯୋଗଦେଲେ ଅନେକ କଂଗ୍ରେସକର୍ମୀ


କଣ୍ଟାମାଳ,ତା ୨୫।୧୦: (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁତାଯୋର୍ ପଞ୍ଚାୟତର ଅନେକ କଂଗ୍ରେସ କର୍ମୀ ଆଜି ବିଜେଡି ରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି | କଣ୍ଟାମାଳ ବ୍ଲକ କୁଲୁତାଯୋର୍ ଗ୍ରାମ ପଞ୍ଚାୟତର ଛପରାଠରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଧାୟକ ମହିଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଲୁତାଯୋର୍ ଗ୍ରାମ ତଥା ପଞ୍ଚାୟତର ଅନେକ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି | ବିଧାୟକକୁ ବିରୋଧ କରିଥିବା ଏହି ସଦସ୍ୟମାନେ ଆଜି ବିଧାୟକଙ୍କ ଉପସ୍ଥିତିରେ ତାଙ୍କୁ ଦଳୀୟ ଉତ୍ତରୀୟ ଗ୍ରହଣ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି | ବିକ୍ରମ ରଣା,ଭିବେ ରଣା,ସୁଦେର ରଣା,,ରାଜକୁମାର ରଣା ,ସୁନାଧର ରଣା ଓ ଅନ୍ୟ ସଦସ୍ୟ ମାନେ ଏହି ବୈଠକରେ ଯୋଗ ଦେଇ ବିଜେଡିରେ ଯୋଗଦାନ କରି ଥିଲେ ଓ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ଆଦର୍ଶ ଓ ଲୋକାଭିମୁଖୀ ଯୋଜନା ସହ ବିଧାୟକଙ୍କ ଉନ୍ନତିମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇ ଥିବା ପ୍ରକାଶ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




