Entertainment

ଚଳିତ ବର୍ଷ ୩୨ଟି ବଳଦ ଏବଂ ୧୩ ମେଢ ସହିତ ପାଳିତ ହେବ ଭୁବନର ଐତିହାସିକ ବଳଦଯାତ୍ରା ।

ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭୁବନରେ ପାଳିତ ହେଉଛି ଅଞ୍ଚଳର ଗଣ ପର୍ବ ତଥା ପାରମ୍ପରିକ ଐତିହାସିକ ବଳଦ ଯାତ୍ରା l କାହିଁ କେଉଁ କାଳରୁ ଏହି ଯାତ୍ରା ହୋଇ ଆସୁଥିବା ବେଳେ ଚଳିତବର୍ଷ ବଳଦଯାତ୍ରାରେ ୩୨ଟି ବଳଦ ଓ ୧୩ ମେଢ ସାମିଲ ହେବେ। ଭୁବନରେ ଦୁଇଦିନ ଧରି ବଳଦଯାତ୍ରା ହୋଇଥାଏ । ଚଳିତବର୍ଷ ୩୨ ଗୋଟି ବଳଦିଆ ମଧ୍ଯରେ ରହିଛି ୩ ଗୋଟି ଷଣ୍ଢ । ତେବେ ଆସନ୍ତୁ ଦେଖିବା ଭୁବନରୁ ଏହି ସ୍ବତନ୍ତ୍ର ରିପୋର୍ଟ।

 ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ନିଆରା ପାରମ୍ପାରିକ ତଥା ଐତିହାସିକ ,ଭୁବନର ବଳଦଯାତ୍ରା । ପଶୁ ଓ ମଣିଷ ନିବିଡ଼ ସମ୍ପର୍କ ର ନିଛକ ନିଦର୍ଶନ। ମହାଳୟା ଠାରୁ ମା ବନି ଜାରି ଙ୍କ ସହ ପୀଠରୁ ଏହି ପର୍ବର ଶୁଭାରମ୍ଭ ହୋଇଥାଏ ।ଏଥିପାଇଁ ସମସ୍ତ ପ୍ରକାର ନିତି ନିୟମ ସହିତ ପରମ୍ପରା ଅନୁସାରେ ଏହି ଶୁଭ ଦିନରେ ପୂଜା କରାଯାଇ ଶୁଭଖୁଣ୍ଟି ସ୍ଥାପନା କରାଯାଏ। ସେହି ଦିନଠାରୁ ବଳଦକୁ ଗ୍ରାମରେ ଚଲାଇବା ଅଭ୍ୟାସ କରାଯାଏ। ତେବେ ଦିନକୁ ଦିନ ବଳଦ ନମିଳିବା ଏବଂ ନୂଆ ବଳଦକୁ ନେଇ ଯାତ୍ରା କରିବା ଯାହାକି ଭୁବନର ଐତିହାସିକ ବଳଦଯାତ୍ରା ପାଇଁ ଏକ ବଡ ସମସ୍ୟା ଦେଖାଦେଇଥିବା ବେଳେ ଚଳିତବର୍ଷ ବିଶେଷ ଆକର୍ଷଣ ଯାତ୍ରାରେ ୫ ଗୋଟି ଷଣ୍ଢ ଦେଖିବାକୁ ମିଳିବ।
 ଭୁବନର ଐତିହାସିକ ବଳଦଯାତ୍ରା ମୁଖ୍ୟତଃ ଥୋରିଆ ସମ୍ପ୍ରଦାୟ ର ମୁଖ୍ୟ ପର୍ବ, ଏହି ସମ୍ପ୍ରଦାୟ ସହ ବଣିଆ, କାଚରା ସମ୍ପ୍ରଦାୟ ମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଘରେ ଇଷ୍ଟ ଦେବୀ ମା ବଣିଯାରି ଙ୍କୁ ସ୍ମରଣ ପୂର୍ବକ ପ୍ରଥମ ଦିନ ଅର୍ଥାତ୍ ଅନୁକୂଳ ଦିନ ନିଜ ନିଜ ଘରେ ପୁଜା ବସାନ୍ତି ଏବଂ ସନ୍ଧ୍ୟାରେ ଥୋଡ଼ି ବଳଦ ସହ ଅନ୍ୟ ବଳଦିଆ ମାନେ ଏକାଠି ହୋଇ ଭୂବନ ଗ୍ରାମ ପରିକ୍ରମା କରି ଜଗନ୍ନାଥଙ୍କ ପାଖରେ ବନ୍ଦାପନା କରାଯାଇ ଦାନି ଘର , ଲୁଣ ମପା ଆଦି କାର୍ଯ୍ୟକ୍ରମ ସାରି ବହୁଡ଼ନ୍ତି ନିଜ ସାହିକୁ, ଏବଂ ଅପେକ୍ଷା କରନ୍ତି ଦ୍ୱିତୀୟ ଦିବସ କୁ।
ଦ୍ୱିତୀୟ ଦିନ ଭସାଣି କାର୍ଯ୍ୟକ୍ରମ କରାଯାଏ ।ଏହି ଦିନ ବଳଦିଆ ସହ ମା ଦୁର୍ଗା ଓ ହରପାର୍ବତୀ ଙ୍କ ମୃଣ୍ମୟୀ ମୂର୍ତ୍ତି ଙ୍କୁ ବିରାଟ ଶୋଭାଯାତ୍ରା ରେ ନିଆଯାଇ ଭସାଣି କରି ମା ଙ୍କୁ ବିଦାୟ ଦିଆଯାଇଥାଏ ।ପୂର୍ବରୁ ଯେତେବେଳେ ଗାଡି ମଟର ନ ଥିଲା ସେତେବେଳେ ଏମାନେ ବଳଦ ପିଠିରେ ଲୁଣ, ଲାଖ ଝୁଣା, ରାଶି, କଂସା ବାସନ ଆଦି ନେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ବ୍ୟବସାୟ କରିବା ପାଇଁ ଜାଭା ସୁମାତ୍ରା ତଥା ଦେଶର କୋଣ ଅନୁକୋଣ କୁ ଯାଉଥିଲେ, ଆଜିର ସମୟରେ ଯାନବାହାନ ର ସୁବିଧା ହୋଇଯିବା ପରେ କେବଳ ପ୍ରଥା ପରମ୍ପରା କୁ ବଜାୟ ଏବଂ ମନେରଖିବା ପାଇଁ ଆଜିର ଏହି ବଳଦ ଯାତ୍ରା। ଏହି ଯାତ୍ରା ରେ ସାମିଲ ହୋଇଛନ୍ତି ୩୯ ଟି ପାଟକ ର ବଳଦିଆ।ସେଥିପାଇଁ ଆଜିର ମୂଖ୍ୟ ଆକର୍ଷଣ ବଳଦ। ବଳଦକୁ ସୁସଜ୍ଜିତ କରିବା ପାଇଁ ବ୍ୟବହାର ହେଉଥିବା ସିଂହାର, ସାର ମାଳ, ଘଣ୍ଟ, ଘାଗୁଡ଼ି, ଲାଞ୍ଜୁଆଟି, ପଲାଣ ଆଦି ଅନ୍ୟତମ। ମୂଖ୍ୟତଃ ବଗ ପକ୍ଷୀ ରେ ୩ ଗୋଟି ସିଂହାରରେ ସଜ୍ଜିତ ବଳଦ ଦେଖିବାକୁ ଖୁବ ସୁନ୍ଦର ଲାଗିଥାଏ। ଏହି ସିଂହାର ଗୁନ୍ଥିବା ପାଇଁ ପାଖାପାଖି ୩ ଦିନ ଲାଗିଥାଏ। ସେହିପରି ୧୩ ଟି ମୂର୍ତ୍ତି ପାଇଁ ଗଣେଷ ପୂଜାରେ ମା ଙ୍କର ମାଟି ପୂଜା ହୋଇଥାଏ ଏବଂ ଭୁବନ ପାଲାମଣ୍ଡପ ଠାରେ ରାବଣ ପୋଡି ପାଇଁ ବିଧିବଧ ଭାବରେ ବାଉଁଶକୁ ପୂଜା କରାଯାଇ ରାବଣ ମୂର୍ତ୍ତୀ ନିର୍ମାଣ ଚାଲିଛି । କିନ୍ତୁ ସବୁଆଡେ ବିଜୟା ଦଶମୀଦିନ ରାବଣ ପୋଡି ହେଉଥିବାବେଳେ ଭୁବନରେ ଏକାଦଶୀ ଦିନ ରାବଣପୋଡି କରାଯାଏ ।
 ଚଳିତବର୍ଷ ଦୁଇ ଦିନ ଧରି ବଳଦ ଯାତ୍ରା ଅନୁଷ୍ଠିତ ହେବ। ଏକାଦଶୀ ରାବଣ ପୋଡି ଉତ୍ସବ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ବଳଦ ଯାତ୍ରା ଶାନ୍ତିକମିଟି, ବଳଦିଆ, ପୂଜା କମିଟିକୁ ନେଇ ଭୁବନ NAC ସଭାଗୃହ ରେ ଶାନ୍ତିକମିଟି ମାଧ୍ୟମରେ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା କରାଯିବାକୁ ସ୍ଥିର କରାଯାଇଛି ।
 ଭୁବନର ଏହି ଐତିହାସିକ ବଦଳଯାତ୍ରାରେ ପଶୁ ଓ ମଣିଷ ର ସମ୍ପର୍କ ବର୍ଷ ବର୍ଷ ଧରି ଚାଲିଆସିଥିବା ବେଳେ ଚଳିତ ବର୍ଷ ବହୁ ଯାକ ଯମକ ରେ ପାଳନ କରିବାପାଇଁ ପ୍ରତି ଘରେ ଘରେ ବନ୍ଧୁ ବାନ୍ଧବ ଆସିଥିବା ଦେଖାଦେଇଛି । ଆଖପାଖ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶକ ଙ୍କ ଭିଡ ଲାଗି ରହିଛି ।


ଭୁବନ ରୁ ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button