Entertainment

ବହୁ ବର୍ଷର ପାରମ୍ପାରିକ ବୈରୀସ୍ଥ ମା ଦୂର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହୋଇଛି।

ଛତିଆ ବହୁ ବର୍ଷର ପାରମ୍ପାରିକ ବୈରୀସ୍ଥ ମା ଦୂର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହୋଇଛି।ପାଞ୍ଚ ଦିନ ବ୍ୟାପୀ ମା ଦୁର୍ଗତି ନାଶିନୀ ଙ୍କ ଯଥାରୀତି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ପବିତ୍ର ଷଷ୍ଠୀ ତିଥିରେ ବିଲ୍ୱ ଧିବାସ ଅନୁଷ୍ଠିତ ହେବା ସହିତ ମହାସପ୍ତମୀ ରେ ମା ଙ୍କ ର ଜଳଯାତ୍ରା,ଚକ୍ଷୁଦାନ କରାଯାଇଥିଲା ବେଳେ ମହାଷ୍ଟମୀ ରେ ଘୃତ ଯଞ, ପସରା ପୂଜା, ସନ୍ଧୀ ପୂଜା କରାଯାଇଥିଲା।ସେହିପରି ମହାନବମୀ ବିହୀତ ପୂଜା ଅନୁଷ୍ଠିତ ହୋଇଥିଲା।ଏତଦବ୍ୟତୀତ ପ୍ରତ୍ୟହ ସୂର୍ଯ୍ୟ ପୂଜା, ସଂଧ୍ୟା ଆଳତୀ ରେ ଭକ୍ତଙ୍କ ମନୋବାଞ୍ଛା ଲାଗି ଯଥାରୀତି ପୂଜା ଅନୁଷ୍ଠିତ ହୋଇଥିଲା।ମହାନବମୀ ରେ ଭକ୍ତଙ୍କ ଲାଗି ମହାପ୍ରସାଦ ବଣ୍ଟନ କରାଯାଇଥିଲା।ଚଳିତ ବର୍ଷ ମୁଖ୍ୟ ପୂଜକ ପଣ୍ଡିତ ତରୁଣ ତପନ ତ୍ରିପାଠୀ,ପଣ୍ଡିତ ପ୍ରଫୁଲ୍ଲ କୁମାର ମିଶ୍ର, ଭାସ୍କର ଆଚାର୍ଯ୍ୟ ।ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ।କର୍ତ୍ତା ଭାବେ ଦିଲ୍ଲୀପ ସ୍ୱାଇଁ ଓ ପ୍ରମିଳା ନାୟକ ଦାୟିତ୍ୱ ନିର୍ବାହ କରିଥିଲେ।ଚଳିତ ବର୍ଷ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ନିଜ ନିଜର ମନୋବାଞ୍ଛା ପୁରଣ ଲାଗି ଜଣାଣ କରିଥିଲେ।ବୈରୀ ମା ଦୁର୍ଗା ପୂଜା କମିଟି କୃତଞତା ଜଣାଇଛନ୍ତି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button