ଜାମ୍ମୁ କାଶ୍ମୀର ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରିକ ମହମ୍ମଦ ତାରା ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଆସି ଆଦିବାସୀ ଗାଁ ରେ ଆଦିବାସୀ ଖାଦ୍ୟ ଖାଇଲେ ।


ସ୍ଥାନ – ଉମରକୋଟ
ତାରିଖ – 03/03/2023
ଆଙ୍କର – ଆଦିବାସୀ ଗାଁ ରେ ଆଦିବାସୀ ଖାଦ୍ୟ ଖାଇଲେ କଂଗ୍ରେସ ନେତା । ଆଜି କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମିନି ଷ୍ଟାଡିୟମ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜାମ୍ମୁ କାଶ୍ମୀର ପ୍ରଦେଶ ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରିକ ମହମ୍ମଦ ତାରା ମୁଖ୍ୟ ଅତିଥି ଭାବେ ଆୟୋଜିତ ସଭା ରେ ଯୋଗ ଦେଇଥିଲେ । ତେବେ ସଭା ସମାପ୍ତ ହେବା ପରେ ଝରିଗାଁ ବ୍ଲକ କୁସୁମୀ ଆଦିବାସୀ ଗାଁ ରେ ତୁଳା ଭତ୍ରା ନାମକ ଏକ ଆଦିବାସୀ ପରିବାର ରେ ଯାଇ କଂଗ୍ରେସ ନେତା ମାନଙ୍କ ସହ ଆଦିବାସୀ ଖାଦ୍ୟ ଖାଇଛନ୍ତି । ତେବେ ଏହି ଆଦିବାସୀ ଖାଦ୍ୟ କୋଲଥ ଡାଲି, ଆମଳିଆ(ଆମଟ) ସହ ମାଣ୍ଡିଆ ଜାଉ ଏବଂ ଦେଶୀ ଚାଉଳ ର ଭାତ ରହିଥିଲା । ଏହି ସବୁ ଖାଦ୍ୟ କୁ ଶାଳ ପତ୍ର ଖଲି, ଦନା ରେ ଖାଇ ବେଶ ଆଦିବାସୀ ଖାଦ୍ୟର ଉପଭୋଗ କରିଥିଲେ କଂଗ୍ରେସ ନେତା । ଖାଇ ସାରିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରିକ ମହମ୍ମଦ ତାରା ଏହି ଖାଦ୍ୟ କିପରି ତିଆରି ହେଉଛି ଏବଂ କେଉଁ କେଉଁ ସାମଗ୍ରୀ ନେଇ ତିଆରି ହେଉଛି ବୋଲି ପଚାରି ବୁଝିବା ସହ ଖାଦ୍ୟ ସ୍ୱାଦିଷ୍ଟ ଥିବା କହିଛନ୍ତି ।
ଉମରକୋଟ ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ News




