Entertainment
ମା ରାମଚଣ୍ଡି ପିଠରେ ନବରାତ୍ର ପୂଜାର୍ଚ୍ଚନା ଉତ୍ସବ ମୁଖର ରାମଚଣ୍ଡୀ ପୀଠ

Slug- ମା ରାମଚଣ୍ଡି ପିଠରେ ନବରାତ୍ର ପୂଜାର୍ଚ୍ଚନା ଉତ୍ସବ ମୁଖର ରାମଚଣ୍ଡୀ ପୀଠ
– ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ନାଧରା ଗ୍ରାମର ବ୍ରାହ୍ମଣୀ ନଦୀ କୂଳରେ ଥିବା ପ୍ରସିଦ୍ଧ ଶକ୍ତି ପିଠ ମା’ ରାମଚଣ୍ଡୀ ମନ୍ଦିରରେ ପବିତ୍ର ଦଶହରା ଉପଲକ୍ଷେ ନବରାତ୍ରି ତଥା ଦଶହରା ପୂଜା ନିତି କାନ୍ତି ଅନୁଯାଇ ପୂଜାର୍ଚ୍ଚନା ଓ ହୋମଜଜ୍ଞ ମାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁ ମାନଙ୍କର ବିଶ୍ୱାସ ରହିଛି ମା ରାମଚଣ୍ଡୀ ପ୍ରସିଦ୍ଧ ଠାକୁରାଣୀ ଡାକିଲେ ମା ଭକ୍ତର ଡାକ ଶୁଣନ୍ତି । ଏହି ଶକ୍ତି ପିଠିରେ ଯିଏ ଯାହା ମନାସୀ ଥାଏ ମା ତାଙ୍କର ମନସ୍କାମନା ପୂରଣ କରିଥାନ୍ତି ବୋଲି ଭକ୍ତ, ଶ୍ରଦ୍ଧାଳୁ ମାନେ ପ୍ରକାଶ କରିଛନ୍ତି । ଏହି ପ୍ରସିଦ୍ଧ ଶକ୍ତି ପିଠ କୁ ଦର୍ଶନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଆସି ମାଙ୍କର ଆଶିଷ ଲାଭ କରିବା ପାଇଁ ଆଳତି ଦୀପ ପ୍ରଜ୍ୱଳନ କରି ମାଙ୍କୁ ଦର୍ଶନ କରିଥିଲେ ।





