ହୃତ୍। ପୁଣ୍ଡରୀକ ମଧ୍ୟସ୍ଥ : ପ୍ରାତଃ ସୂର୍ଯ୍ୟ ସମ ପ୍ରଭାମ୍. ପାଶାଙ୍କୁଶ ଧରାଂ ସୌମ୍ୟା :ବରଦା ଭୟ ହସ୍ତ କାମ, ତ୍ରିନେତ୍ରା ରକ୍ତ ବସନାଂ, ଭକ୍ତ କାମ ଦୁଙ୍ଘ ଭଜେ,ନମାମି ତ୍ଵାଂ ମହାଦେବୀ, ମହାଭୟ ବିନା ଶିନୀମ୍, ମହା ଦୁର୍ଗ ପ୍ରଶମନା,ମହା କାରୁଣ୍ୟ ରୂପି ଶାମ୍,


ହୃତ୍। ପୁଣ୍ଡରୀକ ମଧ୍ୟସ୍ଥ : ପ୍ରାତଃ ସୂର୍ଯ୍ୟ ସମ ପ୍ରଭାମ୍. ପାଶାଙ୍କୁଶ ଧରାଂ ସୌମ୍ୟା :ବରଦା ଭୟ ହସ୍ତ କାମ, ତ୍ରିନେତ୍ରା ରକ୍ତ ବସନାଂ, ଭକ୍ତ କାମ ଦୁଙ୍ଘ ଭଜେ,ନମାମି ତ୍ଵାଂ ମହାଦେବୀ, ମହାଭୟ ବିନା ଶିନୀମ୍, ମହା ଦୁର୍ଗ ପ୍ରଶମନା,ମହା କାରୁଣ୍ୟ ରୂପି ଶାମ୍, ଯାହାଙ୍କ ସ୍ୱରୂପକୁ ବ୍ରହ୍ମା ପ୍ରଭୃତି ଜାଣିପାରନ୍ତିନାହିଁ। ତାହାଙ୍କୁ ଅଜେୟା କୁହନ୍ତି । ଯାହାଙ୍କ ଅନ୍ତମିଳେନାହିଁ. ତାହାଙ୍କୁ ଅନନ୍ତା କୁହାଯାଏ । ଯାହାଙ୍କ ଲକ୍ଷ୍ୟ ଦେଖାଯାଏନାହିଁ, ତାହାଙ୍କୁ ଅଲକ୍ଷ୍ୟ କହନ୍ତି । ଯାହାଙ୍କ ଜନ୍ମ ଅବିଦିତ, ତାହାଙ୍କୁ ଅଜା କହନ୍ତି । ଯିଏ ଏକାକୀ ସର୍ବତ୍ବ ବିଦ୍ୟମାନ ତାହାଙ୍କୁ ଏକା କୁହାଯାଏ । ଯିଏ ଏକାକୀ ହିଁ ବିଶ୍ଵରୂପରେ ସଜ୍ଜିତା, ତାହାଙ୍କୁ ନୈକା କହନ୍ତି । ତେଣୁ ସେହି ମହାଦେବୀଙ୍କୁ, ଅଜ୍ଞେୟା, ଅନନ୍ତା । ଅଲକ୍ଷ୍ଯା , ଅଜା ଏକା,ଏବଂ ନୈ କା କୁହାଯାଏ ।

ସେହିମା ଆଦ୍ୟ । ଶକ୍ତି କାତ୍ୟାୟନୀଙ୍କ ଧରାପୃଷ୍ଠରେ ଆର୍ବିଭାବ ପାଇଁ ଭାଦ୍ରବମାସ ଷଷ୍ଠୀ ଦିନଠାରୁ ପୂଜା ମାଟିଅଣାଯାଇ ମୂର୍ତ୍ତୀଗଢାଯାଇଥାଏ,ଷୋଡଶ ପୂଜା ଉପଚାରରେ ଷଷ୍ଠୀ ଦିନ ବେଲ ବୃକ୍ଷମୂଳେ ମାଙ୍କର ପୂଜା ଆରାଧନା କରି ଅଦ୍ୟାଶକ୍ତି ଙ୍କୁ ଧରାପୃଷ୍ଠକୁ ଆଣିବା ପାଇଁ ନିମନ୍ତ୍ରଣ କରାଯାଇଥାଏ।ଷଷ୍ଠୀ, ସପ୍ତମୀ, ଅଷ୍ଟମୀ ନବମୀ, ଠାରୁ ଯଥାରୀତିନୀତିରେ ଶୁଭାରମ୍ଭ ହୋଇ ବିଜୟୀ ଦଶମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ପାଇଥାନ୍ତି । ମା’ଙ୍କର ଆଗମନରେ ହସି ଉଠ ଧରାପୃଷ୍ଠ । ଶୁମ୍ଭ ନିଶୁମ୍ଭ, ମହିଷାସୁର ପରି ପାପୀ ମାନଙ୍କୁ ଧରାପୁଷ୍ଠରୁ ବିନାଶ କରି ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିଥାନ୍ତି ।
କଟକ , କଣ୍ଟାପଡାରୁ ପୁଷ୍ପଲତା ଦୀକ୍ଷିଣଙ୍କ ରିପୋଟ ସମର୍ଥ ନିୟୁତ୍




