ନୂଆପଡା ଜିଲ୍ଲାପାଳଙ୍କ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ l ଆବଶ୍ୟକ ସମସ୍ତ ପ୍ରସ୍ତୁତିର ସମୀକ୍ଷା କଲେ l


ନୂଆପଡା, ତା ୧୩/୧୧
ନୂଆପଡା ଉପନିର୍ବାଚନର ଅନ୍ତିମ ପ୍ରକ୍ରିୟା, ଭୋଟ ଗଣତି କାର୍ଯ୍ୟକ୍ରମ ଆସନ୍ତା କାଲି ଅନୁଷ୍ଠିତ ହେବ l ସ୍ଥାନୀୟ ନେସନାଲ କଲେଜରେ ଏଥିପାଇଁ ସମସ୍ତ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି l ଆଜି ଅପରାହ୍ନ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ
ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ l ସମସ୍ତ EVM ଏଵଂ VVPAT କଲେଜ୍ ର ଷ୍ଟ୍ରଙ୍ଗ ରୁମ୍ ରେ ସିଲ୍ ହୋଇ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ତତ୍ତ୍ୱାବଧାନରେ ସୁରକ୍ଷିତ ଭାବରେ ରହିଛି l ଗଣତି କେନ୍ଦ୍ର ତଥା VVPAT କକ୍ଷକୁ ପ୍ରସ୍ତୁତ କରାଯାଇଛି l ବିଜୁଳି ଏବଂ ଶୌଚାଳୟ ବ୍ୟବସ୍ଥା ହୋଇଛି l ଗଣତି କେନ୍ଦ୍ରକୁ ଆସିବା ପାଇଁ ଅଧିକାରୀ, ପୋଲିଂ ଏଜେଣ୍ଟ ତଥା ସାମ୍ବାଦିକ ମାନଙ୍କ ପାଇଁ ସ୍ବତନ୍ତ୍ର କରିଡ଼ର ନିର୍ମିତ ହୋଇଛି l ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣିଂ ଅଫିସର୍ ଙ୍କ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ ହୋଇଛି l ପ୍ରତି ରାଉଣ୍ଡ ଗଣତି ଶେଷରେ ଫଳାଫଳ ନିର୍ବାଚନ କମିଶନ୍ ତଥା ମିଡିଆକୁ ଦେବା ପାଇଁ ବ୍ୟବସ୍ଥା ହୋଇଛି l ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ସାମ୍ବାଦିକ ମାନେ ସୁବିଧାରେ ସମ୍ବାଦ ସଂଗ୍ରହ ଓ ପ୍ରେରଣ ପାଇଁ ଏକ ସ୍ବତନ୍ତ୍ର ମିଡିଆ କକ୍ଷ ଖୋଲାଯାଇଛି l ଏଠାରେ ଟେଲିଭିଜନ ତଥା କମ୍ପ୍ୟୁଟର ସୁବିଧା ଯୋଗାଇ ଦିଆ ଯାଇଛି l ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାର ନୀରିକ୍ଷଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ୍ ପାଲ୍ ସିଂ ମଧ୍ୟ ଉପସ୍ଥିତ ଥିଲେ l ସେ ମୁତୟନ ଥିବା ସମସ୍ତ ଅଧିକାରୀ ଓ ଯବାନ ମାନଙ୍କୁ ସେମାନଙ୍କ ଦାୟୀତ୍ଵ ସମ୍ବନ୍ଧରେ ଏକ ମିଟିଂ କରି ସୂଚନା ଦେଇଥିଲେ l ସେ ସାମ୍ବାଦିକ ମାନଙ୍କୁ ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ମିଡିଆ ବାଇଟ ଦେଇଥିଲେ l ଭୋଟ ଗଣତି ନିର୍ଦ୍ଧାରିତ ସମୟରେ ସକାଳ ୦୮.୦୦ ଘଣ୍ଟା ସମୟରେ ଆରମ୍ଭ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ l ଆଜି ନେସନାଲ କଲେଜରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ତଥା ଆର୍ ଓ ସୁର୍ମି ସୋରେନ୍ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତିର ତଦାରଖ କରିଥିଲେ l ମତଦାନ ଭଳି ଭୋଟ ଗଣତି ମଧ୍ୟ ସମ୍ପୁର୍ଣ୍ଣ ଭାବରେ ସ୍ୱଚ୍ଛ, ପାରଦର୍ଶୀ ଓ ସଫଳତାର ସହିତ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l




