Breaking News

ମହାବୀର ମହୋତ୍ସବ

 

ଭବାନୀପାଟଣା–ସାରା ବିଶ୍ୱରେ କଳାର ମାଟି କଳାହାଣ୍ଡିର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରିବାରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଅଗ୍ରଣୀ ଭୂମିକା ରହିଛି। ସମାଜର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ମଞ୍ଚରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବା ସହିତ ପୂଜ୍ୟପୂଜାର ପରମ୍ପରା ବଜାୟ ରଖିବାରେ ଏ ଅନୁଷ୍ଠାନ ତାର ଦାୟିତ୍ୱ ତୁଲାଇ ଆସିଛି। କଳା, ସଂସ୍କୃତି ସହିତ କ୍ରୀଡ଼ା, ସାହିତ୍ୟ, ସମାଜସେବା ଓ ବ୍ୟକ୍ତିତ୍ୱ ନିର୍ମାଣରେ ଏହା ସର୍ବଦା ଆଗଧାଡିରେ ରହିଆସିଛି। ଦୀର୍ଘ ଛଅ ଦଶନ୍ଧି ଧରି କଳାହାଣ୍ଡିରୁ ଆରମ୍ଭ କରି ସାଂସ୍କୃତିକ ଆନ୍ଦୋଳନକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇ ପାରିଥିବା ଏ ଅନୁଷ୍ଠାନ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି ବୋଲି ମହାବୀର ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ୬୧ତମ ମହାବୀର ମହୋତ୍ସବ ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ କ୍ରୀଡ଼ା ଅଧିକାରୀ ରୂପସିଂ ରାଉତ, ଅନୁଷ୍ଠାନର ପୂର୍ବତନ ସଭାପତି ଜୟନ୍ତ କୁମାର ବେହେରା, ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଭବେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଯୁଗ୍ମ ସଂପାଦକ ସଞ୍ଜୀବ କୁମାର ସିଂହ ସଭା ପରିଚାଳନା ଓ ଉପସଭାପତି ସଞ୍ଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି ଚିତ୍ରକଳା କ୍ଷେତ୍ରରେ ମନୋଜ କୁମାର ରାଉତ, ମଞ୍ଚକଳା କ୍ଷେତ୍ରରେ କାହ୍ନୁଚରଣ ଗଉଡ଼ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସିର୍ଲିଗୁଡ଼ାର ଘୁମୁରା ନୃତ୍ୟ, ସକ୍ଷମ ଏକାଡେମୀ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ ପରେ ସମୁହ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button