ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା


ତାଳଚେର, ୧୩/୧୧ ଆଜି ତାଳଚେର ଉପଖଣ୍ଡରେ ପୋଲିସ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଅଭିଯାନ ୨୦୨୫ର କାର୍ଯ୍ୟକ୍ରମ ସ୍ଥାନୀୟ ତାଳଚେର କଲେଜ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲହଡ଼ା ବିଧାୟକ ଅଶୋକ ମହାନ୍ତି, ନଗରପାଳ ପବିତ୍ର ଭୂତିଆ, ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଉପଜିଲ୍ଳାପାଳ ସମୀର ଜେନା, ଜଗନ୍ନାଥ ନୋଡ଼ାଲ ଜିଏମ ଅଶୋକ ଧଳ, ଆଡ଼ିସନାଲ ଏସପି ଓ ଏସଡ଼ିପିଓ ପ୍ରଭୃତି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ତାଳଚେର ଏସଡ଼ିପିଓ ଭରତଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଥିଲା । ଏହାକୁ ଅତି ନିଆରା ଢ଼ଙ୍ଗରେ କମେଡ଼ି, ପାଲା ଓ ନାଟ୍ୟ ଭିତିକ ଭାବରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସାଇବର ଅପରାଧ ନିବାରଣ, ଅନଲାଇନ୍ ସୁରକ୍ଷା ଏବଂ ଡ଼ିଜିଟାଲ ସ୍ୱାକ୍ଷରତାକୁ ନେଇ ଯୁବପିଢ଼ୀ, ଛାତ୍ରଛାତ୍ରୀ, ବରିଷ୍ଠ ନାରୀକମାନେ କିପରି ଅଧିକରୁ ଅଧିକ ସଚେତନତା ଓ ସତର୍କତା ଅବଲମ୍ବନ କରିବେ ଓ ଯେଉଁମାନେ ସାଇବର ଠକାମୀର ଶୀକାର ହେଉଛନ୍ତି ସେମାନେ ୧୯୦୩ ନମ୍ବରକୁ କଲ କରି ଅଭିଯୋଗ କରିବେ ବୋଲି ଆରୀକ୍ଷ ଅଧିକ୍ଷକ ଶ୍ରୀ ଜେନ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ, କଲେଜ, ଛାତ୍ରଛାତ୍ରୀ, ଯୁବପିଢ଼ୀ ସମତେ ବହୁସଂଖ୍ୟାରେ ଯୋଗଦେଇଥିଲେ । ତାଳଚେର ଥାନାର ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।




