Breaking News

କଣ୍ଟିଶ୍ୱର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଚିକା ଚୟନ ରେ ଅନିୟମିତତା।


,,,,,,,,,,,,,,,,,,
ବୌଦ୍ଧ ( ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗl ବ୍ଲକ ତଲଗାଁ ପଂଚାୟତ କଣ୍ଟିଶ୍ଵର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଜଣ ପାଚିକା ରହିବା ନିୟମ ଥିଲା ହେଲେ ଦୀର୍ଘ ଦିନ ହେଲେ ଜଣେ ପାଚିକା ରେ ଚାଲିଥିଲା ମଧ୍ୟାହ୍ନ ଭୋଜନ ରୋଷେଇ କାମ କିନ୍ତୁ ସରକାର ଯଥାଶୀଘ୍ର ଆଉ ଏକ ପାଚିକା ରଖାଯିବା ପାଇଁ ବିଜ୍ଞପ୍ତି ଜରିକରିଥିଲେ ସେହି ଅନୁସାରେ ଗ୍ରାମର ୪ ଜଣ ପ୍ରାର୍ଥୀନୀ ଦରଖାସ୍ତ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଜମ୍ବୁବତି କଂହର ( ଆଦିବାସୀ) ବିଧବା, ଭଗବତୀ ମଲିକ ( ଆଦିବାସୀ) ସ୍ବାମୀ ସମ୍ପୂର୍ଣ ଅନ୍ଧ, ନମିତା ଯାନୀ ସ୍ବାମୀ ଲକ୍ଷ୍ମଣ ଜାନୀ ପରିବାର ମଧ୍ୟ ବିତ, ଗୀତାଞ୍ଜଳି ମଲ୍ଲିକ, ସ୍ବାମୀ ନିଶାକର ମଲିକ ଜମିଦାର ପୁଣି ସରକାର ଙ୍କ ଗାଇଡ ଲାଇନ ଅନୁସାରେ ପ୍ରଥମ ରେ ଆଦିବାସୀ ବିଧବା ଗରିବ, ନିଶାହାୟ, ସ୍ବାମୀ ପରିତ୍ୟକ୍ତl, ଏବଂ ଦ୍ଵିତୀୟରେ ଅନୁସୂଚିତ ଜନଜାତି ଙ୍କୁ ସେଭଳୀ ଗାଇଡ ଲାଇନ ଅନୁସାରେ ଚୟନ ହେବା କଥା କିନ୍ତୁ ଯଦି ସେଭଳି ପ୍ରାର୍ଥୀନୀ ନ ମିଳନ୍ତି ତା ହେଲେ ସାଧାରଣ ବର୍ଗର ପ୍ରାର୍ଥୀନୀ କୁ ସୁଯୋଗ ଦିଆଯିବ କଥା କିନ୍ତୁ ଗତ ତା ୧୦/୧୧/୨୫ ରୀଖରେ ଚୟନ ପ୍ରକ୍ରିୟା ହୋଇଥିଲା ଏଥିରେ ସି ଆର ସି ସନ୍ତୋଷ କୁମାର୍ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ତଥା ସ୍କୁଲ ଏସ ଏମ ସି କମିଟି ସଭ୍ୟ ସଭ୍ୟା ୧୨ ଜାଗାରେ ଥିଲେ ମାତ୍ର ୫ ଜଣ ହେଲେ ସରକାରଙ୍କ ନୀତି ନିୟମ ଅନୁସାରେ ଏକ ତୃତୀୟାଂଶ ସଭ୍ୟ ସଭ୍ୟା ରହିବା ସ୍ଥାନରେ କିଭଳି କୋରମ୍ ହେଲା ତାହା ଜାଣି ଶୁଣି ଏଭଳି ପାତର ଅନ୍ତର କରାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି ଯାହାକି ନିୟମ କାନନ ଅନୁସାରେ ମଧ୍ୟ ଚୟନ କରାଯାଇନାହିଁ ଜଣେ ସୁଛଲ ବର୍ଗର ମହିଳା ଙ୍କୁ କିଭଳି ଚୟନ କରାଗଲା ତାହା ଉଠିଛି ପ୍ରଶ୍ନ ପୁଣି ଯିଏ ଜଣେ ବିଧବା ଆଦିବାସୀ ମହିଳା ଦରଖାସ୍ତ କରିଥିଲେ ହେଲେ ସିଏ ଏହି ନିଯୁକ୍ତି ସମୟରେ ଅନୁପସ୍ଥିତ ରହିଥିବାରୁ ତାଙ୍କ ଦରଖାସ୍ତ ବିଚାରକୁ ନିଆ ଗଲା ନାହିଁ ଯାହାକି ଦିତୀୟ ରେ ଜଣେ ଅନ୍ଧ ଅକର୍ମଣ୍ୟ ର ସ୍ତ୍ରୀ ଥିଲେ ତାଙ୍କୁ ଚୟନ ନ କରି ଜଣେ ସ୍ଵଚ୍ଛଲ ପରିବାରର ମହିଳାଙ୍କୁ ସ୍କୁଲ କମିଟି ତାଙ୍କ ଠାରୁ ମୋଟା ଲାଞ୍ଚ ନେଇ ଚୟନ କରିଥିବାରୁ ଗ୍ରାମବାସୀ ଗତ କାଲି ୧୧/୧୧/୨୫ ରିଖରେ ଜିଲ୍ଲା ପାଳ, ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯାହାକି ଏହି ଚୟନ ଅନିୟମିତତା ଭାବେ କରାଯାଇଛି ଏଣୁ ପୁନର୍ବାର ଏହାର ଚୟନ ଠିକ ଠାକ୍ ଭାବେ କରିବା ପାଇଁ ଜିଲ୍ଲା ପାଳ ଙ୍କ ନିକଟରେ ଦାବୀ ଜଣାଇଛନ୍ତି।

Related Articles

Back to top button