Breaking News

ଡିଜେ ଉପରେ ଉଲଗ୍ନ ଓ ଅଶ୍ଳୀଳ ନୃତ୍ୟ ଦୁଇ ଗିରଫ ଜଣେ ଫେରାର୍

 

ଅନୁଗୁଳ ଜିଲ୍ଲା ବନ୍ତଳା ରେ ଗତ ଶନିବାର କର୍ତିକେଶ୍ୱର୍ ଭସାଣି ରେ ଦୁଇ ପୂଜା କମିଟିର ଡିଯେ ପ୍ରତିଯୋଗିତା ବେଳେ ଉଲଗ୍ନ ଓ ଅଶ୍ଳୀଳ ନୃତ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା କୁ ଗୁରୁତ୍ଵ ନେଇଛି ବନ୍ତଳା ପୋଲିସ। ଏ ନେ଼ଇ ଗତ ରବିବାର ପୋଲିସ୍ ପକ୍ଷରୁ ଏଏସ୍ଆଇ ନୀଳାଞ୍ଚଳ ବିଶ୍ଵାଳ ନିଜେ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ବୁଧୁବାର ଘଟଣାରେ ସଂପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଳନା କରିଛି। ଗିରଫ ଦୁଇ ଜଣ ହେଲେ ହମାମିର ଗ୍ରାମର ମାନସ ବେହେରା (୩୦) ଓ କାମାକ୍ଷା ବେହେରା (୩୪)। ଘଟଣାରେ ପୋଲିସ ଅନ୍ୟ ଜଣେ ଯୁବକ କୁଲୁ ସାହୁ ଫେରାର ଥିବବେଳେ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରିବେ ବୋଲି ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦ ପ୍ରକାଶ କରିଛନ୍ତି। ଅନୁଗୋଳ ରୁ ସନ୍ଦୀପ ରାଜ ସାମନ୍ତ ସମର୍ଥ ସମାଚାର।

Related Articles

Back to top button